You are currently viewing ପାରିବାରିକ ଅଶାନ୍ତି ପାଇଁ ଦାୟୀ କରୋନା!

ପାରିବାରିକ ଅଶାନ୍ତି ପାଇଁ ଦାୟୀ କରୋନା!

ବିଶ୍ୱରେ କରୋନା ମହାମାରୀ ସମସ୍ତଙ୍କୁ କଲବଲ କରାଉଛି । ଜଳ, ସ୍ଥଳ, ଆକାଶ ସବୁ ସ୍ତରରେ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି କରୋନା । ନିକଟରେ କରୋନା ଭୂତାଣୁକୁ ନେଇ ବଡ଼ ବୟାନ ଦେଇଛି ସ୍ୱାସ୍ଥ୍ୟ ବିଭାଗ । WHO ପକ୍ଷରୁ କୁହାଯାଇଛି ଯେ, କରୋନା ଭୂତାଣୁ ବାୟୁରେ ମଧ୍ୟ ବ୍ୟାପିପାରେ । ଏସବୁ ଶୁଣି ଏବେ ଜନସାଧାରଣ ଆତଙ୍କିତ ଅବସ୍ଥାରେ ଅଛନ୍ତି ।


ଏହାରି ମଧ୍ୟରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ପାରିବାରିକ ଅଶାନ୍ତି ବା କଳହ । ଏକ ରିପୋର୍ଟରୁ ପ୍ରକାଶ ଯେ, ପୋଲିସ ଷ୍ଟେସନମାନଙ୍କରେ ଅଲଗା ମାମଲା ତୁଳନାରେ ବେଶୀ ପାରିବାରିକ ମାମଲା ଦେଖିବାକୁ ମିଳୁଛି । ଏ ସମସ୍ତ ପାଇଁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ କରୋନାକୁ ଦାୟୀ କରିଛନ୍ତି ଜନସାଧାରଣ । କେତେକଙ୍କ କହିବା ମୂତାବକ, କରୋନା ଫଳରେ ଅଧିକାଂଶ ସମୟ ଘରେ ଅତିବାହିତ କରିବାକୁ ପଡ଼ୁଛି ।

ଯାହାଫଳରେ ଛୋଟଛୋଟ କଥାରୁ ପାରିବାରିକ ଅଶାନ୍ତି ଆରମ୍ଭ ହୋଇ ଚରମ ସୀମାରେ ପହଞ୍ଚୁଛି । କରୋନାକୁ ନେଇ ଗୋଟିଏ ସମସ୍ୟା ନୁହେଁ, ଅଲଗା ପରିବାରରେ ଭିନ୍ନ ଭିନ୍ନ ସମସ୍ୟା ଦେଖିବାକୁ ମିଳୁଛି । ଗରିବ ଓ ମଧ୍ୟବିତ ପରିବାରର ଲୋକ କରୋନା ପାଇଁ ଅନେକ କ୍ଷତି ସହୁଛନ୍ତି ।

କରୋନା ପାଇଁ ରୋଜଗାର ଠିକ୍ ଭାବରେ କରିପାରୁନଥିବାରୁ ଘରେ ସବୁଦିନ ସ୍ୱାମୀ, ସ୍ତ୍ରୀଙ୍କ ମଧ୍ୟ ଝଗଡ଼ା ହେଉଥିବା ଦୃଶ୍ୟ ନଜରକୁ ଆସିଛି । ଆତ୍ମହତ୍ୟା, ଚୋରୀ, ରାହାଜାନୀ, ଡକାୟତି ଆଦି ଅନେକ ଅପରାଧିକ ମାମଲା ଦିନକୁ ଦିନ ସମାଜରେ ବଢ଼ୁ୍ଥିବାର ଦେଖିବାକୁ ମିଳୁଛି । ଏ ସମସ୍ତ ଘଟଣା ପାଇଁ କରୋନା ମହାମାରୀ ଦାୟୀ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହୁଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।