You are currently viewing ଗିରଫ ହେଲେ କଣ୍ଠଶିଳ୍ପୀ ଦେବେଶ ପତି

ଗିରଫ ହେଲେ କଣ୍ଠଶିଳ୍ପୀ ଦେବେଶ ପତି

  • Post category:ଅପରାଧ
  • Reading time:1 mins read

ଭୁବନେଶ୍ୱର (ଏଏନଏସ): ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ହେଲେ ଗିରଫ। ଲଭ୍, ସେକ୍ସ ଏବଂ ଧୋକା ପରି ଅଭିଯୋଗରେ ତାଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ। ଭଦ୍ରକର ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ତାଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା । 

ସୂଚନାଅନୁସାରେ, ଭଦ୍ରକର ଜଣେ ଯୁବତୀ ଦୁଷ୍କର୍ମ, ଗର୍ଭପାତ ଏବଂ ଟଙ୍କା ଲୁଟିବା ପରି ଅଭିଯୋଗ କଣ୍ଠଶିଳ୍ପୀ ଦେବେଶଙ୍କ ଉପରେ ଆଣିଛନ୍ତି । ସେ କହିଛନ୍ତି ତାଙ୍କୁ ବିବାହ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ ଓଲିଉଡରେ ଏହି କଣ୍ଠଶିଳ୍ପୀ । ଯୁବତୀଙ୍କ ଅଭିଯୋଗ ଆଧାରରେ ନୟାପଲ୍ଲୀ ପୋଲିସ ଦେବେଶ ପତିଙ୍କୁ ଗିରଫ କରିଛି ଏବଂ ତାଙ୍କୁ କୋର୍ଟ ଚାଲାଣ କରାଯିବ।

ଖବର ଏହା  ମଧ୍ୟ ରହିଛି ଯେ, ତାଙ୍କର ଜାମିନ୍ ମଧ୍ୟ ଖାରଜ କରାଯାଇଛି ଏବଂ ଦେବେଳଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ଦେବେଶଙ୍କ ବିରୋଧରେ ଦୁଷ୍କର୍ମ, ଠକେଇ, ବିନା ସହମତିରେ ଗର୍ଭପାତ, ଆଶ୍ଳୀଳ ଭାଷାରେ ଗାଳି କରିବା ପରି ମାମଲା ରୁଜୁ ହୋଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।