You are currently viewing ଜାଣନ୍ତୁ ଜନ୍ ଆବ୍ରାହମଙ୍କ ଫିଲ୍ମ ସତ୍ୟମେବ ଜୟତେ-୨ର ରିଲିଜ୍ ତାରିଖ

ଜାଣନ୍ତୁ ଜନ୍ ଆବ୍ରାହମଙ୍କ ଫିଲ୍ମ ସତ୍ୟମେବ ଜୟତେ-୨ର ରିଲିଜ୍ ତାରିଖ

ବଲିଉଡ୍ ଅଭିନେତା ଜନ୍ ଆବ୍ରାହମ୍‌ଙ୍କ ଫିଲ୍ମ ସତ୍ୟମେବ ଜୟତେ-୨ ର ରିଲିଜ୍ ତାରିଖ ବାହାରିଛି । ଆସନ୍ତା ବର୍ଷ ଇଦ୍ ଅର୍ଥାତ୍ ୧୨ ମଇରେ ହି ଚଳଚ୍ଚିତ୍ର ମୁକ୍ତି ଲାଭ କରିବ । ଏହି ଫିଲ୍ମଟିର ଡାଇରେକ୍ଟର ହେଉଛନ୍ତି ମିଲାପ ମିଲାନ ଜାଭେରୀ । ଏହି ଫିଲ୍ମଟି ଚଳିତ ବର୍ଷ ଅକ୍ଟୋବର ୨ରେ ମୁକ୍ତି ଲାଭ କରିବାକୁ ଯାଉଥିଲା କିନ୍ତୁ କରୋନା ସଂକ୍ରମଣ ଯୋଗୁଁ ଏହା ଆଗାମୀ ବର୍ଷ ଇଦ୍‌ରେ ରିଲିଜ କରାଯିବ । ଏହି ଫିଲ୍ମଟି କେବଳ ସିନେମା ହଲ୍ ରେ ହିଁ ରିଲିଜ କରାଯିବ। କୌଣସି ଓଟିଟି ପ୍ଳାଟ୍‌ଫର୍ମରେ ରିଲିଜ୍ କରାଯିବ ନାହିଁ ।

ପ୍ରତିବର୍ଷ ସଲମାନ ଖାନ୍ ଏକଚାଟିଆ ଭାବରେ ନିଜ୍ ଫିଲ୍ମକୁ ଇଦ୍‌ରେ ରିଲିଜ୍ କରୁଥିଲେ କିନ୍ତୁ ଆଗାମୀ ବର୍ଷ ସଲମାନ୍ ଖାନ୍‌ଙ୍କ ରାଧେ ଏବଂ ଜନ୍ ଆବ୍ରାହମ୍‌ଙ୍କ ସତ୍ୟମେବ ଜୟତେ ମଧ୍ୟରେ ସଂଘର୍ଷ ଦେଖିବାକୁ ମିଳିବ । ନିର୍ମାତାମାନେ ଫିଲ୍ମ ସତ୍ୟମେବ ଜୟତେ ୨ର ଏକ ପୋଷ୍ଟର ରିଲିଜ୍ କରିଛନ୍ତି । ଏହି ପୋଷ୍ଟର ଉପରେ ଲେଖାଯାଇଛି ଯେ “ଯିସ୍ ଦେଶ୍ କି ମୈୟା ଗଙ୍ଗା ହେ,ୱାହା ଖୁନ୍ ଭି ତ୍ରିରଙ୍ଗା ହେ”।

ଅନ୍ୟମାନଙ୍କୁ ଜଣାନ୍ତୁ।