You are currently viewing ପ୍ରେଗନେନ୍ସି କନଫର୍ମ କଲେ ଅନୁଷ୍କା, ଦେଖିବାକୁ ମିଳିଲା ଅଭିନେତ୍ରୀଙ୍କ ବେବି ବମ୍ପ

ପ୍ରେଗନେନ୍ସି କନଫର୍ମ କଲେ ଅନୁଷ୍କା, ଦେଖିବାକୁ ମିଳିଲା ଅଭିନେତ୍ରୀଙ୍କ ବେବି ବମ୍ପ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଯୋଡି ସମସ୍ତକୁ ପସନ୍ଦ। ଏହି ସୁନ୍ଦର ଦମ୍ପତିଙ୍କ ବିଷୟରେ ଜାଣିବା ପାଇଁ ପ୍ରଶଂସକମାନେ ସବୁବେଳେ ଖୁବ୍ ଉତ୍ସାହିତ ଥାନ୍ତି। ହେଲେ ଉଭୟ ନିଜ ବ୍ୟକ୍ତିଗତ ଜୀବନକୁ ପ୍ରାଇଭେଟ୍ ରଖିବାକୁ ପସନ୍ଦ କରନ୍ତି।

ତେବେ ପୁଣି ଥରେ ଅନୁଷ୍କା ଏବଂ ବିରାଟଙ୍କ ଘରେ ହସଖୁସିରେ ପରିପୂର୍ଣ୍ଣ ହେବାକୁ ଯାଉଛି। ଦୀର୍ଘ ଦିନ ଧରି ଅନୁଷ୍କାଙ୍କ ପ୍ରେଗନେନ୍ସିକୁ ନେଇ ଚର୍ଚ୍ଚା ଜୋର ଧରିଥିଲା ହେଲେ ଏହି ଖବରକୁ ନେଇ ବିରାଟ-ଅନୁ୍ଷ୍କା କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ହେଲେ ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ଦମ୍ପତିଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଯେଉଁଥିରେ ଅନୁଷ୍କା ସ୍ୱାମୀ ବିରାଟଙ୍କ ସହ ନଜର ଆସୁଛନ୍ତି ଏବଂ ଏହି ଭିଡିଓରେ ଅନୁଷ୍କାଙ୍କର ବେବି ବମ୍ପ ଦେଖିବାକୁ ମିଳୁଛି। ତେବେ ଭିଡିଓ ଦେଖିବା ପରେ ସ୍ପଷ୍ଟ ହୋଇଛି ଯେ, ଅଭିନେତ୍ରୀ ପୁଣି ମା’ହେବାକୁ ଯାଉଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।