ଅର୍ଜୁନ କପୁର କରୋନା ପିଡୀତ ଥିବା କଥା ସୋସିଆଲ ମିଡିଆ ମାଧ୍ୟମରେ ଜଣାଇଥିଲେ । ସେ ହୋମ୍ କ୍ୱାରେନ୍ଟାଇନ୍ରେ ରହୁଥିଲେ। ସୁସ୍ଥ ହେବାପରେ ସେ ନିଷ୍ପତ୍ତି ନେଇଛନ୍ତି ଯେ, ସେ ପ୍ଳାଜମା ଦାନ କରିବେ। ଯାହାଦ୍ୱରା କିଛି କୋଭିଡ୍ ରୋଗୀଙ୍କୁ ଉଦ୍ଧାର କରାଯାଇପାରିବ । ସେ ଏ ସମ୍ପର୍କରେ ସୋସିଆଲ ମିଡିଆରେ ପୋଷ୍ଟ କରି ଜଣାଇଛନ୍ତି। ଆଉ ମଧ୍ୟ କହିଛନ୍ତି ଯେ, ମୁଁ ବର୍ତ୍ତମାନ ଭଲ ଅନୁଭବ କରୁଛି ଏବଂ ମୋର ଶରୀରରେ କରୋନାର ଲକ୍ଷଣ ଆଉ ଦେଖାଯାଉ ନାହିଁ।

ପ୍ଲାଜମା ଦାନ କରିବେ ଅର୍ଜୁନ୍ କପୁର
- Post published:September 22, 2020
- Post category:ମନୋରଞ୍ଜନ
- Reading time:1 mins read