You are currently viewing ମା ହେବାକୁ ଯାଉଛନ୍ତି ବିବାହ ଅଭିନେତ୍ରୀ ଅମୃତା ରାଓ

ମା ହେବାକୁ ଯାଉଛନ୍ତି ବିବାହ ଅଭିନେତ୍ରୀ ଅମୃତା ରାଓ

ଫିଲ୍ମ ବିବାହର ଅଭିନେତ୍ରୀ ଅମୃତା ରାଓ କିଛି ଦିନ ହେବ ବହୁ ଚର୍ଚ୍ଚାରେ ରହିଛନ୍ତି । ଅମୃତାଙ୍କ ଏକ ଫଟୋ ସୋସିଆଲ ମଡିଆରେ ଭାଇରାଲ ହେଉଛି । ଯେଉଁଥିରେ ସେ ତାଙ୍କ ସ୍ୱାମୀ ଆରଜେ ଅନସୋଲଙ୍କ ସହ ନଜର ଆସୁଛନ୍ତି । ଏହି ଫଟୋରେ ଅମୃତା ରାଓ ଗର୍ଭବତୀ ଥିବାର ଜଣାପଡୁଛନ୍ତି ।

ଏହି ଫଟୋକୁ ଦେଖିବା ପରେ ଫ୍ୟାନ୍ସ ଏହା ଜାଣିବାକୁ ଉତ୍ସୁକ ଯେ, ଏହା ସତ କିମ୍ବା ନୁହେଁ । ଅମୃତା ୨୦୧୬ ରେ ଅନସୋଲଙ୍କୁ ବିବାହ କରିଥିଲେ । ଏହି ବିବାହରେ ପରିବାର ଲୋକଙ୍କ ବ୍ୟତୀତ କୌଣସି ବାହାର ଲୋକ ସାମିଲ ନଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।