ମୁମ୍ବାଇ, ବିଗ୍ବସ୍ ୧୪ ଆରମ୍ଭ ହେବାକୁ ଯାଉଛି । ଏହି ଶୋଟି ସେପ୍ଟେମ୍ବରରେ ଆରମ୍ଭ ହେବାକୁ ଥିଲା କିନ୍ତୁ କୋଭିଡ ମହାମାରୀ ଯୋଗୁ ଏହାକୁ ଅକ୍ଟୋବର ୩ରେ ଆରମ୍ଭ କରାଯିବ । ଏଥିରେ ଅଂଶ ଗ୍ରହଣ କରୁଥିବା କିଛି ପୂର୍ବ ପ୍ରତିଯୋଗୀଙ୍କ ନାମ ସାମ୍ନାକୁ ଆସିଛି । ସିଦ୍ଧାର୍ଥ ଶୁକ୍ଳା , ହିନା ଖାନ୍, ଗହର ଖାନ୍ ଏବଂ ମୋନାଲିସା ସମେତ ଅନେକ ଏହି ଶୋର ପ୍ରମୋ ସୁଟିଂ କରୁଛନ୍ତି । ସିଦ୍ଧାର୍ଥ ଙ୍କ ସୁଟିଂ ସେଟ୍ ର କିଛି ଫଟୋ ସାମ୍ନାକୁ ଆସିଛି । ଏହି ସୁଟିଂ ମୁମ୍ବାଇର ଫିଲ୍ମ ସିଟିରେ କରାଯାଉଛି ।

ସିଦ୍ଧାର୍ଥ ଶୁକ୍ଳା, ହିନା ଖାନ୍ ଏବଂ ମୋନାଲିସା ସୁଟିଂ କଲେ ବିଗ୍ବସର ପ୍ରୋମୋ: ସାମ୍ନାକୁ ଆସିଲା ସୁଟିଂ ସେଟର କିଛି ଫଟୋ
- Post published:September 19, 2020
- Post category:ମନୋରଞ୍ଜନ
- Reading time:1 mins read