You are currently viewing ଗିରଫର କିଛି ଘଣ୍ଟା ପରେ ବିଗିଡିଲା ସ୍ୱାସ୍ଥ୍ୟ ଅବସ୍ଥା

ଗିରଫର କିଛି ଘଣ୍ଟା ପରେ ବିଗିଡିଲା ସ୍ୱାସ୍ଥ୍ୟ ଅବସ୍ଥା

ନିଜର ଟ୍ୱିଇଟ୍‌କୁ ନେଇ ବିବାଦରେ ଆସିବା ପରେ କମାଲ ଆର ଖାନଙ୍କୁ କାଲି ପୋଲିସ୍ ଏୟାରପୋର୍ଟରୁ ଗିରଫ କରିଥିଲା । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ । ଗିରଫ ହେବାର କିଛି ଘଣ୍ଟା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ଯାହାଫଳରେ ତାଙ୍କୁ ହସପିଟାଲରେ ଭର୍ତ୍ତି କରିବାକୁ ପଡିଥିଲା । କେଆରକେ ଗିରଫ ହେବା ପରେ ତାଙ୍କୁ ବୋରିଭାଲୀ କୋର୍ଟ ୧୪ ଦିନିଆ ନ୍ୟାୟୀକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । କେଆରକେ ଗିରଫ ହେବା ପରେ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା । ଯାହା ଫଳରେ ତାଙ୍କୁ ମୁମ୍ବାଇର ଶତାଦ୍ଦୀ ଡାକ୍ତରଖାନାକୁ ନିଆଯାଇଥିଲା । କେଆରକେଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ତାଙ୍କୁ ମୁମ୍ବାଇ ମାଲାଡ ପୋଲିସ୍ ଗିରଫ କରିଥିଲେ । ୨୦୨୦ ମସିହାରେ ସେ ଦିବଂଗତ ବଲିଉଡ ଅଭିନେତା ଇରଫାନ୍ ଖାନ୍ ଏବଂ ଋଷି କପୁରଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ । ତାଙ୍କର ଏହି ମନ୍ତବ୍ୟ ପରେ କମଲଙ୍କ ନାଁରେ ଯୁବ ସେନା ଏଫଆଇଆର ଦାଖଲ କରିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।