You are currently viewing ଅଭିନେତା ରିଓ କାପାଡ଼ିଆଙ୍କ ପରଲୋକ

ଅଭିନେତା ରିଓ କାପାଡ଼ିଆଙ୍କ ପରଲୋକ

ମୁମ୍ବାଇ: ଲୋକପ୍ରିୟ ବଲିଉଡ୍ ଅଭିନେତା ରିଓ କାପାଡ଼ିଆଙ୍କ ପରଲୋକ ହୋଇଛି। ଚକ୍ ଦେ ଇଣ୍ଡିଆ, ହାପି ନ୍ୟୁ ଇୟର, ମର୍ଦାନୀ ଭଳି ଚଳଚ୍ଚିତ୍ରରେ ଅଭିନୟ କରି ଲୋକଙ୍କ ହୃଦୟ ଜିତିଥିଲେ ରିଓ । ସେପ୍ଟେମ୍ବର ୧୩ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିବା ତାଙ୍କ ବନ୍ଧୁ ଫୈଜଲ ମଲିକ ସୂଚନା ଦେଇଛନ୍ତି। ଆଜି ଗୁଡ଼ଗାଓଁର ଶିବ ଧାମ ଶ୍ମଶାନ ଭୂମିରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ ବୋଲି ଫୈଜଲ ମଲ୍ଲିକ ସୂଚନା ଦେଇଛନ୍ତି।

ରିଓ ତାଙ୍କ ପତ୍ନୀ ମାରିଆ ଫାରହ, ପୁଅ ଅମନ ଓ ବୀରଙ୍କୁ ଏକା କରି ଆରପାରିକୁ ଚାଲିଯାଇଛନ୍ତି ବୋଲି ଫୈଜଲ କହିଛନ୍ତି। ଖୁଦା ହାଫିଜ୍, ଦ ବିଗ୍ ବୁଲ, ଏଜେଣ୍ଟ ବିନାଦ ଆଦି ଚଳଚ୍ଚିତ୍ରରେ ରିଓ ଅଭିନୟ କରିଛନ୍ତି। ମେଡ୍ ଇନ୍ ହେବେନ–୨ରେ ମଧ୍ୟ ତାଙ୍କୁ ଦେଖିବାକୁ ମିଳିଥିଲା। ସିନେମାକୁ ଛାଡ଼ିଦେଲେ ରିଓ ଟେଲିଭିଜନ ପରଦାରେ ବି ଜଣେ ଖୁବ୍ ଜଣାଶୁଣା ଚେହେରା। ସପ୍‌ନେ ସୁହାନେ ଲଡ୍‌କପନ କେରେ ସେ ଅଭିନୟ କରିଛନ୍ତି। ଏଥିସହିତ ସିଦ୍ଧାର୍ଥ ତିୱାରୀଙ୍କ ମହାଭାରତରେ ରିଓ ଗାନ୍ଧାରୀଙ୍କ ବାପା ଗାନ୍ଧୀର ନରେଶ ସୁବୁଳଙ୍କ ଭୂମିକାରେ ଅଭିନୟ କରିଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।