You are currently viewing ଅଶ୍ଳୀଳତା ପରିବେଷଣ ପାଇଁ ‘ବିଗ୍‌ବସ୍‌’ କୁ ବ୍ୟାନ କରିବାକୁ ଦାବି : ଘର ଭିତରକୁ ନୂଆ ପ୍ରତିଯୋଗୀଙ୍କ ଏଣ୍ଟ୍ରି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି

ଅଶ୍ଳୀଳତା ପରିବେଷଣ ପାଇଁ ‘ବିଗ୍‌ବସ୍‌’ କୁ ବ୍ୟାନ କରିବାକୁ ଦାବି : ଘର ଭିତରକୁ ନୂଆ ପ୍ରତିଯୋଗୀଙ୍କ ଏଣ୍ଟ୍ରି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି

ବିବାଦରେ ଥିବା ଟିଭି ରିୟାଲିଟି ଶୋ ବିଗ୍‌ବସ୍‌ର ୧୪ ତମ ସିଜନରେ ଘର ଭିତରକୁ ଯାଇଥିବା ପ୍ରତିଯୋଗୀ ମାନେ ଧମାଲ କରୁଛନ୍ତି । ଏହି ସିଜନରେ ଏପରି କିଛି ଘଟିଛି ଯାହା ଦ୍ୱାରା ପବ୍ଳିକ୍ ଏହାର ବହିଷ୍କାର ପାଇଁ ଦାବି କରୁଛନ୍ତି । ଶୋ’ର ପ୍ରତିଯୋଗୀ ନିକ୍କି ତାମ୍ବୋଲି ଏବଂ ପଭିତ୍ର ପୁନିଆଙ୍କୁ ଟାକ୍ସ ମିଳିଥିଲା ସିଦ୍ଧାର୍ଥଙ୍କୁ ପ୍ରଭାବିତ କରିବା ପାଇଁ, ଯେଉଁଥିରେ କି ଅଶ୍ଳୀଳତା ଦେଖିବାକୁ ମିଳିଥିଲା । ଦର୍ଶକଙ୍କ କହିବା କଥା ଯେ, ଏହି ଶୋ ମନୋରଞ୍ଜନ ନାମରେ ଅଶ୍ଳୀଳତା ପରିବେଷଣ କରୁଛି ତେଣୁ ଏହାକୁ ବ୍ୟାନ କରାଯାଉ ।


ଶୋ’କୁ ପ୍ରବେଶ କରିବାକୁ ଯାଉଥିବା ନୂଆ ପ୍ରତିଯୋଗୀ :
ନିର୍ମାତା ମାନେ ଅନ୍ୟ କେତେକ ପ୍ରତିଯୋଗୀଙ୍କୁ ଘର ଭିତରକୁ ପଠାଇବାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି । ଘରେଥିବା ପ୍ରତିଯୋଗୀମାନେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣର କରିବାରେ ସଫଳ ହୋଇଛନ୍ତି । ସୂଚନାରୁ ଜଣା ପଡିଛି ଯେ, ନୈନା ସିଂ, ଶାର୍ଦ୍ଦୁଲ ପଣ୍ଡିତ,ଏବଂ ରଶ୍ମି ଗୁପ୍ତା ଶୋ ରେ ପ୍ରବେଶ କରିପାରନ୍ତି । ଶୋ ରେ ପ୍ରବେଶ ପୂର୍ବରୁ ଏମାନଙ୍କୁ ଗୁପ୍ତ କୋଠରୀରେ ରଖାଯିବ ପରେ ସପ୍ତାହ ଶେଷରେ ଏମାନଙ୍କୁ ଅନ୍ୟ ପ୍ରତିଯୋଗୀଙ୍କ ସହ ଉପସ୍ଥାପନ କରାଯିବ । ୧୩ତମ ସିଜନରେ ବିଜେତା ହୋଇଥିବା ସିଦ୍ଧାର୍ଥ ଶୁକ୍ଳା ଏହି ସିଜନ୍‌ରେ ମଧ୍ୟ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।