You are currently viewing ସୁନ୍ଦରୀ ତାଲିକାରେ ଦୀପିକା

ସୁନ୍ଦରୀ ତାଲିକାରେ ଦୀପିକା

ମୁମ୍ବାଇ (୧୮.୧୦.୨୨) : ବଲିଉଡର ସୁନ୍ଦରୀ ମହିଳାଙ୍କ କଥା ଉଠିଲେ ପ୍ରଥମେ ଐଶର୍ଯ୍ୟାଙ୍କ ନା ଆସେ । କିନ୍ତୁ ଏବେ ଲାଗୁଛି ଆଉ ଚାଲୁନି ଐଶର୍ଯ୍ୟାଙ୍କ ରାଜ୍ । ଏବେ ସେ ଏହି ଦୌଡରେ ପଛରେ ପଡିଛନ୍ତି ।

ନିକଟରେ ଦୁନିଆର ସବୁଠାରୁ ସୁନ୍ଦରୀ ତାଲିକା ପ୍ରକାଶ ପାଇଛି ଏଥିରେ ଐଶର୍ଯ୍ୟଙ୍କର ନାଁ ନାହିଁ । ତାଙ୍କ ବଦଳରେ ସ୍ଥାନ ପାଇଛି ଆଉଜଣେ ବଲିଉଡ ଅଭିନେତ୍ରୀଙ୍କ ନାଁ । ଦୁନିଆର ଶ୍ରେଷ୍ଠ ୧୦ ଜଣ ସୁନ୍ଦର ମହିଳାଙ୍କ ତାଲିକା ପ୍ରକାଶ ପାଇଛି । ସେହି ଦୌଡରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ।

ନିକଟରେ ବିଜ୍ଞାନ ଅନୁଯାୟୀ ଦୁନିଆର ସବୁଠୁ ସୁନ୍ଦର ମହିଳାଙ୍କ ତାଲିକା ପ୍ରକାଶ ପାଇଛି । ଯେଉଁଥିରେ ହଲିଉଡ ଅଭିନେତ୍ରୀ ଯୋଡି କୋମର ଏକ ନମ୍ବରରେ ଅଛନ୍ତି । ଏଥି ସହିତ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମଧ୍ୟ ଏହି ତାଲିକାରେ ସ୍ଥାନ ପାଇବାରେ ସଫଳ ହୋଇଥିଲେ । ସେମାନଙ୍କ ବ୍ୟତୀତ ଏହି ତାଲିକାରେ ବିୟୋନ୍ସ ଏବଂ କିମ୍ କାରଦାସିୟାନ୍ ମଧ୍ୟ ସ୍ଥାନ ପାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।