shahrukh

ବଲିଉଡ ‘ବାଦଶାହ’ ଙ୍କ ଜନ୍ମଦିନ ପାଳନ ପାଇଁ ଘର ବାହାରେ ଜମା ହେଲେ ଫ୍ୟାନ୍ସ, ଦେଖନ୍ତୁ ଭିଡ଼ିଓ 

ବଲିଉଡର କିଙ୍ଗ ଖାନ ଆଜି ତାଙ୍କର 58 ତମ ଜନ୍ମଦିନ ପାଳନ କରୁଛନ୍ତି। ଜନ୍ମଦିନ ପାଳନ କରିବା ପାଇଁ ଗୋଟେ ଦିନ ପୂର୍ବରୁ ହିଁ ପ୍ରଶଂସକମାନେ ଶାହାରୁଖଙ୍କ ଘର ‘ମନ୍ନତ୍’ ବାହାରେ ଏକାଠି ହୋଇଥିଲେ ଏବଂ ମଧ୍ୟରାତ୍ରି ପର୍ଯ୍ୟନ୍ତ ସେଠାରେ ଏକ ମେଳା ଆୟୋଜନ କରାଯାଇଥିଲା| ପ୍ରଶଂସକ ଏଭଳି ଭଲପାଇବା ଦେଖି ଶାହାରୁଖ ସୋସିଆଲ ମିଡ଼ିଆ ମାଧ୍ୟମରେ ସମସ୍ତଙ୍କୁ ଏକ ବିଶେଷ ଉପାୟରେ ‘ଧନ୍ୟବାଦ’ ମଧ୍ୟ କହିଛନ୍ତି। 2 ନଭେମ୍ବର 1965 ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିବା ଶାହାରୁଖ ଖାନ ଟିଭି ସୋ ‘ଫାଉଜି’ ମାଧ୍ୟମରେ ଅଭିନୟ ଜଗତରେ ପ୍ରବେଶ କରିଥିଲେ। ଶାହାରୁଖ ତାଙ୍କର କଠିନ ପରିଶ୍ରମ, ନିଷ୍ଠା ଏବଂ ବଲିଉଡ ଶାସନର ସ୍ୱପ୍ନରୁ ଯାତ୍ରା ଆରମ୍ଭ କରିଥିଲେ ।  ଯାହାଫଳରେ ଆଜି ତାଙ୍କୁ ବଲିଉଡର ‘ବାଦଶାହ’ କୁହାଯାଉଛି| ପ୍ରତିବର୍ଷ ଶାହାରୁଖଙ୍କ ଜନ୍ମଦିନକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ବହୁତ ଉତ୍ସାହ ଥାଏ | 

ଶାହାରୁଖ ଖାନଙ୍କ ଖାସ ବନ୍ଧୁ, କୋରିଓଗ୍ରାଫର ଫରାହ ଖାନ ଶାହାରୁଖଙ୍କ ଜନ୍ମଦିନରେ ‘ମନ୍ନତ୍’ ବାହାରେ ଏକାଠି ହୋଇଥିବା ପ୍ରଶଂସକଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି। ମଧ୍ୟରାତ୍ରିରେ ହଜାର ହଜାର ପ୍ରଶଂସକ ‘ମନ୍ନତ୍’ ବାହାରେ ଠିଆ ହୋଇ ‘ହାପ୍ପି ବର୍ଥଡେ ଶାହାରୁଖ’ କହିବା ସହ ମୋବାଇଲ୍ ଟର୍ଚ୍ଚ ଲଗାଇ ଶାହାରୁଖଙ୍କୁ ସ୍ୱାଗତ କରିଥିଲେ। ଶାହାରୁଖ ମଧ୍ୟ ଏଭଳି ସ୍ୱାଗତ ଦେଖି କାହାକୁ ନିରାଶ କରିନଥିଲେ ଏବଂ ସମସ୍ତଙ୍କ ଅଭିବାଦନ ଗ୍ରହଣ କରିଥିଲେ।

https://www.instagram.com/reel/CzHYP6AsR1E/?utm_source=ig_web_copy_link

ଅନ୍ୟପଟେ ଶାହାରୁଖଙ୍କ ଝିଅ ସୁହାନା ଖାନ ମଧ୍ୟ ବାପାଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ବହୁତ ସୁନ୍ଦର ଫଟୋ ସେୟାର କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।