You are currently viewing ସୁଟକେସ୍‌ରେ ୪୫ ମିନିଟ୍ ବିତେଇଲେ ହେଲି ଶାହା

ସୁଟକେସ୍‌ରେ ୪୫ ମିନିଟ୍ ବିତେଇଲେ ହେଲି ଶାହା

ଯଦି ଆପଣ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିବା ଜିନିଷ ପ୍ରତି ନଜର ଦିଅନ୍ତି, ତେବେ ଆପଣ ସରିୟଲ ‘ଇସ୍କ ମେ ମରଜାୱା ୨’ର ସୁଟକେସ୍ ସିନ୍ ନିଶ୍ଚୟ ଭାବେ ଦେଖିଥିବେ । ଏଥିରେ ଅଭିନେତ୍ରୀ ହେଲି ଶାହା ତାଙ୍କ କୋଠରୀରୁ ବାହାରି ସୁଟକେଶ୍‌କୁ ଝୁଣ୍ଟି କାନ୍ଥ ସହ ଧକ୍କା ହୋଇ ସୁଟକେସ୍ ଭିତରେ ଚେତାଶୂନ୍ୟ ଭାବେ ପଡିଯାଇଥିଲେ । ପରେ ସୁଟ୍‌କେଶ୍ କୁ ଏକ ବ୍ୟକ୍ତି ଉଠାଇ ପାଣିରେ ଫିଙ୍ଗି ଦେଇଥିଲେ । ଏହି ଦୃଶ୍ୟ ଦର୍ଶକ ଦେଖିବା ପରେ ଏହା ବିଷୟରେ ବହୁ ଚର୍ଚ୍ଚା କରିଥିଲେ ।
ପରେ ହେଲି ଶାହା କହିଛନ୍ତି ଯେ, ତାଙ୍କ କାମ ହେଉଛି ନିଜର ଅଭିନୟକୁ ଭଲ ଭାବରେ କରିବା । ଆଉ ମଧ୍ୟ କହିଛନ୍ତି ଯେ ସୋସିଆଲ ମିଡିଆରେ ଲୋକ ଏହାର ବହୁତ ମଜା ଉଡାଉଛନ୍ତି କିନ୍ତୁ ଏହାକୁ ସେ ପଜିଟିଭ୍ ଭାବେ ନେଉଛନ୍ତି ।

ଏହି ସିନ୍‌ଗୁଡିକ ଶୋ କୁ ମଜାଦାର ଏବଂ ଆଗ୍ରହକର କରିବା ପାଇଁ ରଖାଯାଇଛି ।
ଯେତେବେଳେ ତାଙ୍କୁ ପଚାରାଗଲା ଯେ ସେ ସୁଟକେଶ ଭିତରେ କିପରି ଫିଟ୍ ଆସିଲେ ବୋଲି । ଏହା ଉପରେ ସେ କହିିଲେ ଯେ ସମସ୍ତେ ତାଙ୍କୁ ଏହି ପ୍ରଶ୍ନ ହିଁ ପଚାରୁଛନ୍ତି ଏବଂ ସେ ଭାରି ଲେହେଙ୍ଗା ପିନ୍ଧି ମଧ୍ୟ ସେଥିରେ ଫିଟ୍ ଆସିଗଲେ ବୋଲି କହିଛନ୍ତି । ତାଙ୍କୁ ସେହି ସିନ୍ ପାଇଁ ସୁଟକେଶ୍ ଭିତରେ ୪୫ ମିନିଟ୍ ରହିବାକୁ ପଡିଥିଲା ବୋଲି ମଧ୍ୟ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।