ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି କି ନେହା?

ଇଣ୍ଡିଆନ ଆଇଡଲର ସିଙ୍ଗର ଏବଂ ପପ୍ୟୁଲାର ଗାୟିକା ନେହା କକ୍କର ରିୟାଲିଟି ଶୋ ପ୍ରତିଯୋଗୀ ରୋହନପ୍ରୀତଙ୍କୁ ବିବାହ କରିବାକୁ ଯାଉଛନ୍ତି । ସୂଚନାରୁ ଜାଣିବାକୁ ମିଳୁଛି ଯେ, ନେହା ଏବଂ ରୋହନ ଏହି ମାସର ଶେଷରେ ଏନଗେଜମେଣ୍ଟ କରିପାରନ୍ତି । ରୋହନ ପ୍ରୀତ ତାଙ୍କ ଇନ୍‌ଷ୍ଟାଗ୍ରାମରେ ନେହାଙ୍କ ସହ ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି ଯେ, ‘ସୁକର ହେ ମେରେ ରବ୍‌ବା’ ।

ନେହାଙ୍କ ସହ ସତରେ ରୋହନପ୍ରୀତ ବିବାହ ବନ୍ଧନରେ ବାନ୍ଧି ହେବେ କି ଏହା ହେଉଛି ତାଙ୍କର ଅପ୍‌କମିଙ୍ଗ ଗୀତର ରେକଡିଂ ତାହା ଆଗକୁ ଜଣାପଡିବ । ତେବେ ଉଭୟଙ୍କ ଫ୍ୟାନ୍ସମାନେ ଏହି ଖବର ପାଇବା ପରେ ସତ ଜାଣିବାକୁ ବେଶ୍ ଉତ୍ସାହିତ ଅଛନ୍ତି ।

Leave A Reply

Your email address will not be published.