You are currently viewing ୨୫ ହଜାର ଟଙ୍କାର ମାସ୍କ

୨୫ ହଜାର ଟଙ୍କାର ମାସ୍କ

ମୁମ୍ବାଇ- ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଓ ନିଜର ରିଅଲ ଲାଇଫ ଏବଂ ରିଲ ଲାଇଫକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ତେବେ ଏବେ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି ଅଭିନେତ୍ରୀ ଦୀପିକା ପାଦୁକୋନ । ଏଥର ସେ ନିଜର ଦାମୀ ମାସ୍କ ପାଇଁ ଚର୍ଚ୍ଚାକୁ ଆସିଛନ୍ତି । ନିକଟରେ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ସେ ଏହି ଦାମୀ ମାସ୍କ ପିନ୍ଧିଥିବାର ନଜରକୁ ଆସୁଛନ୍ତି । ଏହି ଦାମ ୨୫ ହଜାର ଟଙ୍କା ବୋଲି ଜଣାପଡିଛି । ଦୀପିକା ଜଣେ ବନ୍ଧୁଙ୍କ ସହ ରାତ୍ରୀ ଭୋଜନ ପାଇଁ ଯିବା ସମୟରେ ଏହି ମାସ୍କ ପିନ୍ଧିଥିବାର ଦେଖିବାକୁ ମିଳିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।