You are currently viewing ସଞ୍ଜୟ ଲୀଲା ଭନସାଲୀଙ୍କ ସେଟରେ ଆରମ୍ଭ ହୋଇଗଲାଣି ସୁଟିଂ

ସଞ୍ଜୟ ଲୀଲା ଭନସାଲୀଙ୍କ ସେଟରେ ଆରମ୍ଭ ହୋଇଗଲାଣି ସୁଟିଂ

ମୁମ୍ବାଇ,ମହେଶ ଭଟ୍ଟ ନିର୍ଦ୍ଦେଶିତ ଫିଲ୍ମ ‘ସଡ଼କ ୨’ ର ବିଫଳତା ପରେ ଆଲିଆ ଭଟ୍ଟ ‘ଗଙ୍ଗୁବାଇ କାଠିଆୱାଡୀ’ ର ସୁଟିଂ ଆରମ୍ଭ କରିସାରିଲେଣି । ଏହି ଫିଲ୍ମ ରେ ଆଲିଆ ଭଟ୍ଟ ଗଙ୍ଗୁବାଇଙ୍କ ଚରିତ୍ରରେ ନଜର ଆସିବେ ଯିଏକି ମୁମ୍ବାଇର ରେଡ୍ ଲାଇଟ ଏରିଆ କମାଠୀପୁରାରେ ଏକ କୋଠାର ସଞ୍ଚାଳନ କରୁଥିଲେ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଜଣାଶୁଣା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ ଏବଂ ଏହାର କାହାଣୀ ହୁସେନ ଜୈଦୀ ଲେଖିଥିବା ‘ମାଫିଆ କୁଇନ୍ସ ଅଫ୍ ମୁମ୍ବାଇ’ ନାମକ ଏକ ଅହିରୁ ନିଆଯାଇଛି । ଏଥିରେ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବ୍ୟତୀତ ଅଭିନେତା ଶାନ୍ତନୁ ମହେଶ୍ୱରୀ ମୁଖ୍ୟ ଭୂମିକା ରେ ନଜର ଆସିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।