You are currently viewing ବର୍ତ୍ତମାନ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ଜଣେ ପ୍ରସିଦ୍ଧ ସିଙ୍ଗରଙ୍କ ପୁଅ, କାମ ନ ମିଳିଲେ ବିକ୍ରି କରିପାରନ୍ତି…

ବର୍ତ୍ତମାନ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି ଜଣେ ପ୍ରସିଦ୍ଧ ସିଙ୍ଗରଙ୍କ ପୁଅ, କାମ ନ ମିଳିଲେ ବିକ୍ରି କରିପାରନ୍ତି…

କରୋନା ଭାଇରସ କାରଣରୁ ବହୁତ ଜଣ ଲୋକ ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ବହୁତ ଦିନର ଲକଡାଉନ ପରେ ଜୀବନ ଧୀରେ ଧୀରେ ସୁଧୁରିବାକୁ ଲାଗିଛି କିନ୍ତୁ ଏବେ ମଧ୍ୟ ବହୁତ ଗୁଡିଏ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ପ୍ରସିଦ୍ଧ ସିଙ୍ଗର ଉଦିତ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ଏବେ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସେ ନିଜର ଆର୍ଥିକ ଅବସ୍ଥା ବିଷୟରେ କହିଛନ୍ତି ଯାହାକୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗୋଟିଏ ଇଣ୍ଟରଭିଉ ରେ ଆଦିତ୍ୟ କହିଛନ୍ତି ଯେ, ଲକଡାଉନ କାରଣରୁ ତାଙ୍କ ଆର୍ଥିକ ଅବସ୍ଥା ବହୁତ ଖରାପ ହୋଇଯାଇଛି ଏବଂ ସେ ବ୍ୟାଙ୍କ ରପ୍ଟ ହେବାକୁ ଯାଇଛନ୍ତି ବୋଲି ଇଣ୍ଟରଭିଉରେ କହିଛନ୍ତି । ଆଦିତ୍ୟ କହିଛନ୍ତି ଯେ, ତାଙ୍କର ଜମା କରିଥିବା ଟଙ୍କା ଶେଷ ହେବାକୁ ଆସିଲାଣି । ତାଙ୍କର ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୧୮,୦୦୦ ଟଙ୍କା ହିଁ ରହିଯାଉଛି । ସେ ପୁଣି କହିଛନ୍ତି ଯେ, ଯଦି ତାଙ୍କୁ ଅକ୍ଟୋବର ମାସରେ କାମ ନ ମିଳେ ତେବେ ସେ ତାଙ୍କର ବାଇକକୁ ବିକ୍ରି କରିପାରନ୍ତି । ଏବେ ଆଦିତ୍ୟ ନାରାୟଣ ତାଙ୍କ ବିବାହ ର ଖବରକୁ ନେଇ ଚର୍ଚ୍ଚା ରେ ଅଛନ୍ତି । ସୂଚନା ଅଛି କି ସେ ଶ୍ୱେତା ଅଗ୍ରୱାଲଙ୍କ ସହ ବିବାହ କରିପାରନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।