ଧଳା କୋର୍ଟ ପିନ୍ଧି ନିଜ ପେଟ୍କୁ ଧରି ବୁଲୁଛନ୍ତି ପ୍ରିୟଙ୍କା, ଜାଣିଛନ୍ତି କି ପ୍ରିୟଙ୍କା ପିନ୍ଧିଥିବା କୋର୍ଟର ଦାମ୍ କେତେ…?
ନୂଆଦିଲ୍ଲୀ, ବଲିଉଡ଼୍ ଦେଶୀ ଗାଲ୍ ପ୍ରିୟଙ୍କା ଚୋପ୍ରାଙ୍କ ଏକ ଫଟୋ ଏବେ ବେଶ୍ ଭାଇରାଲ ହେବାରେ ଲାଗିଛି । ସେ ଫଟୋରେ ପ୍ରିୟଙ୍କା ନିଜ ସ୍ୱାମୀ ନିକ୍ ଓ ପେଟ୍ ସହ ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଉକ୍ତ ଫଟୋରେ ଆକର୍ଷଣରର କେନ୍ଦ୍ରବିନ୍ଦୁ ପାଲଟିଛି ପ୍ରିୟଙ୍କାଙ୍କ ଧଳା ରଙ୍ଗର କୋର୍ଟ । ଶୁଣିବାକୁ ମିଳିଛି ଯେ, ଏହି କୋର୍ଟଟିକୁ ପ୍ରିୟଙ୍କା ୫୨ହଜାର ଟଙ୍କାରେ କିଣିଛନ୍ତି । ଯାହାକୁ ପ୍ରିୟଙ୍କାଙ୍କ ଫ୍ୟାନ୍ସମାନେ ବେଶ୍ ପସନ୍ଦ କରିଛନ୍ତି । ସୂଚନା ଥାଉକି, ପ୍ରିୟଙ୍କା ଏବେ ଲଣ୍ଡନରେ ତାଙ୍କ ନ୍ୟୁ ପ୍ରୋଜେକ୍ଟ ସୁଟିଂରେ ବ୍ୟସ୍ତ ଅଛନ୍ତି ।