ପଞ୍ଜାବୀ ଗାୟୀକା ତଥା ବିଗ୍ବସ୍ ୧୩ର ଜଣାଶୁଣା ଅଭିନେତ୍ରୀ ଶେହେନାଜ୍ ଗିଲ୍ ନିଜର ପରିବର୍ତ୍ତନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ୬ ମାସରୁ କମ ସମୟ ମଧ୍ୟରେ ସେ ନିଜର ୧୨ କିଲୋ ଓଜନ କମ୍ କରିସାରିଛନ୍ତି । ବିଗ୍ବସ୍ରୁ ବାହାରି ସେ ତାଙ୍କର ଲୁକ୍ ଉପରେ ବହୁତ ଧ୍ୟାନ ଦେଇଛନ୍ତି । ଇଟାଇମ୍ସଙ୍କ ସହ କଥାବାତ୍ତା କରିବା ସମୟରେ ସେ କହିଥିଲେ ଯେ ଲକ୍ଡାଉନ୍ କାରଣରୁ ସୁଟିଂ କାର୍ଯ୍ୟ ବନ୍ଦ ରହିଥିଲା ।

ତେଣୁ ସେସମୟରେ ସେ ତାଙ୍କ ଶରୀର ପ୍ରତି ବେଶ୍ ଧ୍ୟାନ ଦେଇଥିଲେ । ନିଜ ଓଜନ କମେଇବା ଉପରେ ୱାର୍କ ଆଉଟ୍ କରିଥିଲେ । ସେ ନିଜର ଡାଏଟ୍ ରୁଟିନ୍ ମଧ୍ୟ ସେୟାର କରି କହିଛନ୍ତି ଯେ, ସେ ଚକୋଲେଟ୍ , ଆଇସ୍କ୍ରିମ୍ ଏବଂ ନନ୍ ଭେଜ୍ ଖାଇବା ପୁରା ଛାଡିଦେଇଥିଲେ ଏବଂ ନିଜର ଖାଇବା ମଧ୍ୟ କମେଇ ଦେଇଥିଲେ । ସେ ବିନା କୌଣସି ଏକ୍ସରସାଇଜ୍ କରି ମଧ୍ୟ ୬ ମାସରୁ କମ୍ ସମୟ ମଧ୍ୟରେ ୧୨ କିଲୋ ଓଜନ କମେଇ ପାରିଛନ୍ତି ।