ହଟ୍‌ଷ୍ଟାରରେ ରେକର୍ଡ଼ ଭାଙ୍ଗିଲା ସୁଶାନ୍ତଙ୍କ ‘ଦିଲ୍ ବିଚରା’

ବଲିଉଡ଼୍‌ର ନାମିଦାମୀ କଳାକାର ସୁଶାନ୍ତ ସିଂ ରାଜପୁତ ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କ ଅଭିନୀତ ପ୍ରତ୍ୟେକଟି ଫିଲ୍ମ ବେଶ ମନଛୁଆଁ । ଦର୍ଶକଙ୍କୁ ତାଙ୍କର ପ୍ରତିଟି ଫିଲ୍ମ ଖୁବ୍ ଆନନ୍ଦ ଦେଇଛି । ସୁଶାନ୍ତଙ୍କ ଅଭିନୀତ ଶେଷ ଫିଲ୍ମ ‘ଦିଲ୍ ବିଚରା’ର ଟ୍ରେଲର ଦେଖିବା ପରେ ଦର୍ଶକ ମାନେ ଉତ୍ସୁକତାର ସହ ଫିଲ୍ମ ରିଲିଜ୍‌କୁ ଅପେକ୍ଷା କରିଥିଲେ । ପ୍ରଶଂସକମାନଙ୍କର ଏଭଳି ଉତ୍ସାହକୁ ଦେଖି ହଟ୍‌ଷ୍ଟାରରେ ଫିଲ୍ମଟି ରିଲିଜ ମଧ୍ୟ ହୋଇଛି ।

ସବୁଠାରୁ ଖୁସୀର ଖବର, ଏହି ଫିଲ୍ମଟି ଓଟିଟିରେ ରିଲିଜ୍ ହୋଇଥିବା ସମସ୍ତ ଫିଲ୍ମର ରେକର୍ଡ଼ ଭାଙ୍ଗିଛି । ଡିଜିନ ହଟ୍‌ଷ୍ଟାର ପକ୍ଷରୁ ସମସ୍ତ ସବ୍‌ଷ୍କ୍ରାଇବର ଓ ନନସବ୍‌ଷ୍କ୍ରାଇବରଙ୍କୁ ଏହି ଫିଲ୍ମଟି ଫ୍ରିରେ ଦେଖିବା ନିମନ୍ତେ ଦିଆଯାଇଥିଲା । ତେବେ ଫିଲ୍ମଟି ପ୍ରଥମ ଦିନରେ ହିଁ ଅଧିକ ଦର୍ଶକ ଆଦୃତି ଫିଲ୍ମ ଭାବରେ ରେକର୍ଡ଼ କରିଛି ।

Leave A Reply

Your email address will not be published.