You are currently viewing କେଶ ପାଇଁ ଉପକାରୀ ଭୃସଙ୍ଗ ପତ୍ର

କେଶ ପାଇଁ ଉପକାରୀ ଭୃସଙ୍ଗ ପତ୍ର

ଭୃସଙ୍ଗ ପତ୍ରର ବ୍ୟବହାର କେବଳ ଖାଇବାରେ ସ୍ୱ।।ଦ ବଢ଼ାଇବା ପାଇଁ ସାଧାରଣତ କରାଯାଇଥାଏ । ପରେ ବଳିଯାଇଥିବା ପତ୍ରକୁ ଆମେ ଫିଙ୍ଗିଦେଇଥାଉ କିନ୍ତୁ ଏଥିରେ ଥିବା କିଛି ଓøଷଧୀୟ ଗୁଣ ବିଷୟରେ ଜାଣିପାରିଲେ ଆପଣ ଏହାକୁ ଫିଙ୍ଗିିବେ ନାହିଁ । ଭୃସଙ୍ଗ ପତ୍ରରେ ଥିବା ପୋଷକ ତତ୍ତ୍ୱ କେଶ ଝଡିବା ଓ କେଶର ପତଳା ହେବାରୁ ରୋକିବାରେ ସାହାର୍ଯ୍ୟ କରିଥାଏ । ଏଥିରେ ଆମିନୋ ଏସିଡ, ଭିଟାମିନ୍ ଏ,ବି,ସି ମିଳିଥାଏ, ଯାହା କେଶର ମୂଳକୁ ମଜଭୁତ୍ କରିଥାଏ । ଏହାର ବ୍ୟବହାରଦ୍ୱାରା କେଶ ଘନ ଏବଂ ଲମ୍ବା ହୋଇଥାଏ ।


ଜାଣନ୍ତୁ ଏହାର ବ୍ୟବହାର କିପରି କରିବେ
ଭୃସଙ୍ଗ ଏବଂ ଦହି
କିଛି ଭୃସଙ୍ଗ ପତ୍ର ଏବଂ ୩ ଚାମଚ ଦହି ମିଶାଇ ଗ୍ରାଇଣ୍ଡିଙ୍ଗ କରନ୍ତୁ । ପରେ ଏହି ମାସ୍କକୁ କେଶର ମୂଳରେ ଭଲ ଭାବରେ ଲଗାନ୍ତୁ । ଏହାକୁ ୩୦ ମିନିଟ୍ ରଖି ସଫା ପାଣି କିମ୍ବା ସାମ୍ପୋରେ କେଶକୁ ସଫା କରନ୍ତୁ ।
ଭୃସଙ୍ଗ ପତ୍ର ଏବଂ ନଡିଆ ତେଲର ବ୍ୟବହାର
ଭୃସଙ୍ଗ ଭଳି ନଡିଆ ତେଲ ମଧ୍ୟ କେଶ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହା କେଶକୁ ପୋଷଣ ପ୍ରଦାନ କରିବା ସହ କୋମଳ କରିଥାଏ । ଏହି ମାସ୍କ ପାଇଁ ଗୋଟିଏ ପ୍ୟାନରେ ନଡିଆ ତେଲ ଗରମ କରନ୍ତୁ ପରେ ଏଥିରେ ଭୃସଙ୍ଗ ପତ୍ର ପକାଇ ୪ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ ପରେ ଏହାକୁ କେଶର ମୂଳରେ ଭଲ ଭାବରେ ଲଗାନ୍ତୁ ଏବଂ ପ୍ରାୟ ୧ ଘଣ୍ଟା ପରେ କେଶକୁ ସଫା କରନ୍ତୁ ।
ପେଷ୍ଟ ଭଳି ମଧ୍ୟ ବନାଇ ଲଗାଇପାରିବେ
ଏହି ପତ୍ରକୁ ଗ୍ରାଇଣ୍ଡିଙ୍ଗ କରିନିଅନ୍ତୁ । ଏହା ଛଡା ଏହି ପତ୍ରକୁ ଶୁଖାଇ ରଖିନିଅନ୍ତୁ । ଲଗାଇବା ବେଳେ ଏହାର ପେଷ୍ଟ ବନାଇ ଭଲ ଭାବରେ ଲଗାନ୍ତୁ । ପ୍ରାୟ ଅଧ ଘଣ୍ଟା ପରେ ଧୋଇନିଅନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।