You are currently viewing ଶୀତ ଦିନରେ ପାଦ ଓ ହାତ ଫୁଲୁଛି କି ? ଆପଣାନ୍ତୁ ଏହି ଉପାୟ …

ଶୀତ ଦିନରେ ପାଦ ଓ ହାତ ଫୁଲୁଛି କି ? ଆପଣାନ୍ତୁ ଏହି ଉପାୟ …

ବର୍ତ୍ତମାନ ଆରମ୍ଭ ହୋଇଯାଇଛି ଶୀତ ଋତୁ। ହେଲେ ଯେତେବେଳେ ଶୀତ ଅଧିକ ବଢି ଯିବ ସେତେବେଳେ ଲୋକମାନଙ୍କର ହାତ ଓ ପାଦ ଫୁଲିବା ସହ କଷ୍ଟ ମଧ୍ୟ ହେବାକୁ ଲାଗିଥାଏ। ତେବେ ଆପଣମାନେ ଏହାର କାରଣ ଜାଣିଛନ୍ତି କି, ଯେ କଣ ପାଇଁ ହାତ ଓ ପାଦରେ କଷ୍ଟ ହେବାକୁ ଲାଗିଥାଏ। ଏମିତି ହେବାର ଏକ ବଡ କାରଣ ହେଉଛି, ଶୀତ ଦିନରେ ରକ୍ତ ସଞ୍ଚାଳନ ଠିକ୍‌ ଭବେ ହୋଇପାରେ ନାହିଁ। ସେଥିପାଇଁ ଶରୀର ଫୁଲିବା ପରି ଲାଗିଥାଏ । ଯଦି ଆପଣ ମଧ୍ୟ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତାହେଲେ ଆସନ୍ତୁ ଜାଣିବା ଏହାକୁ ନେଇ କିଛି ଘରୋଇ ଉପଚାର ବିଷୟରେ, ଯାହାର ବ୍ୟବହାରରେ ଆପଣଙ୍କ ହାତ ଓ ପାଦରେ ହେଉଥିବା କଷ୍ଟ କମ ହୋଇଯିବ।

ହଳଦୀ 

turmeric

ଶୀତ ଦିନ ଯୋଗୁ ହାତ ଓ ପାଦ ଫୁଲଥିଏ, ଆପଣମାନେ ହଳଦୀର ବ୍ୟବହାର କରି ଏହି କଷ୍ଟରୁ ମୁକ୍ତି ପାଇପାରିବେ। ତେବେ ହଳଦୀରେ ବହୁତ ଔଷଧ ଗୁଣ ରିହିଛି, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭକାରୀ ହୋଇପାରେ। ତେବେ ପ୍ରଥମେ ଅଳ୍ପ ଉଷୁମ ପାଣି ନେଇ ଯିବେ ଓ ସେଥିରେ ଦୁଇ ଚାମଚ ହଳଦୀ ମିଶାଇବେ। ଏହାପରେ ସେହି ପାଣିରେ ପାଦ ପୂରାଇ ରଖିବେ। ଏହାସହ ସେହି ପାଣିକୁ ହାତ ଓ ଫୁଲିଥିବା ଅନ୍ୟ ସ୍ଥାନରେ ଲଗାଇବେ। ଏହାପରେ ସେହି ସ୍ଥାନକୁ ଭଲ ଭାବେ ପୋଛି, ସେଥିରେ ତେଲ ମାଲିସ କରିନେବେ। ଏପରି ଆପଣ କଷ୍ଟରୁ ମୁକ୍ତି ପାଇପାରିବେ।

ସୈନ୍ଧବ ଲୁଣ

common salt

ଥଣ୍ଡା ସମୟରେ ହାତ ଓ ପାଦ ଫୁଲିବା କମ କରିବା ପାଇଁ ଆପଣ ସୈନ୍ଧବ ଲୁଣ ବ୍ୟବହାର କରିପାରିବେ। ଏଥିପାଇଁ ଗୋଟିଏ ଚାମଚ ସୋରିଷ ତେଲ ନେଇ ସେଥିରେ ସୈନ୍ଧବ ଲୁଣ ମିଶନ୍ତୁ। ତାପରେ ସେହି ମିଶାଇଥିବା ଜିନିଷକୁ ଏକ ପାତ୍ରରେ ଗରମ ପାଣି ନେଇ ମିଶାନ୍ତୁ। ଏହା ପରେ ସେହି ପାଣିକୁ ଫୁଲିଥିବା ସ୍ଥାନରେ ଲଗାନ୍ତୁ । ତେବେ ଏହାକୁ ବ୍ୟବହାର କରିବା ଦ୍ୱାରା ଯନ୍ତ୍ରଣାରୁ ମୁକ୍ତି ମିଳିଥାଏ।

ନଡିଆ ତେଲ ଓ କର୍ପୁର

coconut and camphor


ଶୀତ ଦିନରେ ଶରୀର ଫୁଲିବା ଓ କୁଣ୍ଡାଇ ହେବାରୁ ବଞ୍ଚିବା ପାଇଁ ଆପଣ ନଡିଆ ତେଲ ଓ କର୍ପୁର ବ୍ୟବହାର କରିପାରିବେ। ଏହାସହ ଏହା ସ୍ୱାସ୍ଥ୍ୟ ପାଇଁ ଅନେକ ଲାଭକାରୀ ମଧ୍ୟ ହୋଇଥାଏ। ତେବେ ଏହି ଦୁଇଟି ଜିନିଷକୁ ମିଶାଇ ଦିଅନ୍ତୁ ଓ ସେହି ମିଶ୍ରଣକୁ ଫୁଲିଥିବା ସ୍ଥାନରେ ଭଲ ଭାବେ ଲଗାଇ ରାତି ସାରା ଛାଡି ଦିଅନ୍ତୁ। ଏହା ପରେ ଦେଖିବେ ଫୁଲା, କୁଣ୍ଡାଇ ହେବା ଓ କଷ୍ଟରୁ ଆରାମ ମିଳିବ।

 

ଅନ୍ୟମାନଙ୍କୁ ଜଣାନ୍ତୁ।