You are currently viewing ମେଥିରେ ଗ୍ୟାଷ୍ଟିକ ରୋଗର ଘରୋଇ ଉପଚାର

ମେଥିରେ ଗ୍ୟାଷ୍ଟିକ ରୋଗର ଘରୋଇ ଉପଚାର

(ଅପର୍ଣ୍ଣା): ମନୁଷ୍ୟ ହେଉଛି ବହୁକୋଷି ପ୍ରଣୀ ଏହି କଥାଟି ବିଜ୍ଞାନ କହିଥାଏ । ତେଣୁ ମଣିଷ ଦେହରେ ବିଭିନ୍ନ ପ୍ରକାରର ରୋଗ ମଧ୍ୟ ରହିଛି, କେତେବେଳେ ବିଭିନ୍ନ ହରମନ୍ ର ସନ୍ତୁଳନରେ ବ୍ୟତିକ୍ରମ ହେଲେ ମଧ୍ୟ ରୋଗ ଦେଖାଦେଇଥାଏ , ଯାହାଫଳରେ କି ମନୁଷ୍ୟ କୁ ନାନା ପ୍ରକାରର ରୋଗାକ୍ରାନ୍ତର ଶୀକାର ହେବାକୁ ପଡ଼ିଥାଏ ଏବଂ ପ୍ରାୟତଃ ନିଜ କାର୍ଯ୍ୟବହୁଳ ଜୀବନ ଶୈଳୀରେ ଦେହର ଯତ୍ନ ନେବାରେ ମଧ୍ୟ ମନୁଷ୍ୟ ଅବହେଳା କରିଥାନ୍ତି ଯେଉଁଥି ପାଇଁକି ରୋଗରେ ଆପେ ଆପେ କେତେବେଳେ ଶୀକାର ହୋଇଯାନ୍ତି ନିଜେ ମଧ୍ୟ ଜାଣିପାରିନଥାନ୍ତି ।

ମଣିଷ ଦେହରେ ବିଭିନ୍ନ ରୋଗ ମଧ୍ୟରୁ ଗ୍ୟାଷ୍ଟିକ୍ ରୋଗ ହେଉଛି ଏକ ବଡ଼ ରୋଗ କହିଲେ କିଛି ଭୁଲ୍ ହେବନି । ବର୍ତ୍ତମାନ ସମୟରେ ମନୁଷ୍ୟ ନିଜର କ୍ୟାରିୟର ଚିନ୍ତାରେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ନିଜର ଖାଦ୍ୟ ଖାଇବା ଉପରେ ଅବହେଳା ନିଜ ଅଜାଣତରେ କରିପକାଇଥାଏ ଏପରିକି ରାତି ଅନିଦ୍ରାର ଶୀକାର ମଧ୍ୟ ହୋଇଥାଏ । ତେବେ ଏହି ସବୁ ଅବହେଳା କାରଣରୁ ମନୁଷ୍ୟ ଦେହରେ ଗ୍ୟାଷ୍ଟିକ୍ ରୋଗ ଉତ୍ପର୍ଣ୍ଣ ହୋଇଥାଏ ।


ତେବେ ଗ୍ୟାଷ୍ଟିକ ରୋଗକୁ କିପରି ଘରୋଇ ଉପାୟରେ ମନୁଷ୍ୟ ଆରୋଗ୍ୟ ଲାଭ କରିପାରିବେ । ପ୍ରଥମେ ରାତିରେ ମେଥିକୁ ପାଣି ଭିଜେଇ ସବୁ ବେଳେ ସକାଳୁ ମେଥି ଭିଜା ପାଣିକୁ ପିବେ । ତାସହ ସେହି ପାଣିଭିଜା ମେଥିକୁ ପାଣିରୁ ଛାଣି ଗୋଟେ ଶୁଖିଲା କଟନ୍ କପଡ଼ାରେ ଦିନେ ରୁ ଦୁଇଦିନ ରଖି ଦେଖିବେ ।

ସେଥିରୁ ବିଜ ବାହାରିଲେ ସେହି ବିଜ ମେଥିକୁ ସକାଳ ଜଳଖିଆ ଖାଇବା ସମୟରେ ଖାଇବେ ପ୍ରତିଦିନ ଏହିଭଳି କଲେ ଗ୍ୟାଷ୍ଟିକ୍ ରୋଗ ଦୂର ହୋଇଯିବ ଏବଂ ଯେକୌଣସି ଖାଦ୍ୟକୁ ଖାଇଲା ବେଳେ ଚୋବାଇ ଚୋବାଇ ଖାଇବା ଦ୍ୱାରା ମଧ୍ୟ ଗ୍ୟାଷ୍ଟିକ୍ ରୋଗ ଦୂର ହୋଇଥାଏ । ଏହିପରି ଘରୋଇ ପ୍ରସ୍ତୁତିରେ ମନୁଷ୍ୟ ତାର ଗ୍ୟାଷ୍ଟିକ୍ ରୋଗରୁ ଆରୋଗ୍ୟ ଲାଭ କରିପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।