ଅର୍ଦ୍ଧକପାଳୀ ମୁଣ୍ଡ ବିନ୍ଧା ହେଉଛି ଏପରି ଏକ ଡିସ୍ଅଡର୍ ଯାହା ଆପଣଙ୍କୁ କେଉଁ ସମୟରେ ମଧ୍ୟ ହୋଇପାରେ । ୭ ରୁ ୧୨ ପ୍ରତିଶତ ଲୋକ ଏହା ଦ୍ୱାରା ପ୍ରଭାବିତ ହେଉଛନ୍ତି । ଅର୍ଦ୍ଧକପାଳୀ ମୁଣ୍ଡ ବିନ୍ଧା ଜୀବନ ଶୈଳୀକୁ ବହୁତ ପ୍ରଭାବିତ କରିଥାଏ । ଯଦି ଆମ ଜୀବନ ଶୈଳୀକୁ ଠିକ୍ ଭାବେ ନିୟନ୍ତ୍ରୀତ କରିବା ତେବେ ଆମକୁ ଏଥି ପାଇଁ ଔଷଧ ମଧ୍ୟ ନେବାକୁ ପଡିବ ନାହିଁ ।

ଆମେ କିପରି ଏହାକୁ ନିୟନ୍ତ୍ରଣରେ ରଖିପାରିବା ?
ପ୍ରଥମେ ଆମେ ପ୍ରତିଦିନ ଆମ ଖାଇବା ଏବଂ ଶୋଇବା ଠିକ୍ ସମୟରେ କରିବା ଉଚିତ୍ । ଯଦି ଆପଣଙ୍କୁ ଅର୍ଦ୍ଧକପାଳୀ ମୁଣ୍ଡ ବିନ୍ଧା ହେଇଥାଏ ତେବେ ଆପଣ କେବେ ବି ଉପାସ, ଓଷା. ବ୍ରତ କରନ୍ତୁ ନାହିଁ । ସକାଳ ଭୋଜନକୁ ପରିତ୍ୟାଗ କରନ୍ତୁ ନାହିଁ । ଏକ ସମୟରେ ଅଳ୍ପ ଖାଆନ୍ତୁ ଏବଂ ବହୁତ ଥର ଖାଆନ୍ତୁ । ପ୍ରଚୁର ପାଣି ପିଅନ୍ତୁ । ଚା ଏବଂ କଫି ପିିଇବା କମ୍ କରନ୍ତୁ । ମଦ୍ୟପାନ କରନ୍ତୁ ନାହିଁ । ଅର୍ଦ୍ଧକପାଳୀ ମୁଣ୍ଡ ବିନ୍ଧା ହେଇଥିବା ଲୋକମାନେ ଜାଣିଥାନ୍ତି ଯେ ସେମାନଙ୍କୁ କେଉଁ ଏକ ନିର୍ଦ୍ଧିଷ୍ଟ ଖାଦ୍ୟ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା ହୋଇଥାଏ । ସେହି ଖାଦ୍ୟକୁ ଖାଆନ୍ତୁ ନାହିଁ । ୭ ରୁ ୮ ଘଣ୍ଟା ପର୍ଯ୍ୟନ୍ତ ଶୋଇବା ଉଚିତ୍ । ଯୋଗ ଏବଂ ପ୍ରାଣାୟାମ କରିବା ଦ୍ୱାରା ମଧ୍ୟ ଏହା ହୋଇନଥାଏ ।