You are currently viewing ଖାଇବାରେ ସାମିଲ କରନ୍ତୁ ଏହି ଫଳ

ଖାଇବାରେ ସାମିଲ କରନ୍ତୁ ଏହି ଫଳ

ପ୍ରତ୍ୟେକ ବ୍ୟକ୍ତି ନିଜ ଶରୀର ସୁସ୍ଥ ରଖିବା ପାଇଁ ନାନାଧି ପ୍ରକାରର ଉପଚାର କରିଥାନ୍ତି। ଖାସ କରି ଖାଦ୍ୟପେୟର ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବା ସହ ଏନେଇ ବିଭିନ୍ନ ଉପାୟ ମଧ୍ୟ ଅବଲମ୍ବନ କରିଥାନ୍ତି । ଆଜି ଆମେ ଏନେଇ କିଛି ଏପରି ଫଳ ବିଷୟରେ କହିବାକୁ ଯାଉଛୁ ଖରାଦିନେ ଯାହାର ସେବନ ଚୋପା ସହ କରିବା ଦ୍ବାରା ଓଜନ କମିବା ସହିତ ଅଧିକ ଫାଇଦା ବି ମିଳିଥାଏ। ଆସନ୍ତୁ ଜାଣିବା ସେହି ଫଳ ମାନଙ୍କର ନାମ।ଯେଉଁ ବ୍ୟକ୍ତି ଓଜନ କମ କରିବାପାଇଁ ଯାଉଛନ୍ତି ତାଙ୍କ ପାଇଁ ଆମ୍ବ ଆଉ ଏହାର ଚୋପା ଖୁବ ଲାଭକାରୀ ହୋଇଥାଏ। ଏହାର ଚୋପାରେ ଭରପୁର ମାତ୍ରାର ଆଣ୍ଟିଅକ୍ସିଡେଣ୍ଟ ଗୁଣ ରହିଥାଏ ଯାହା ଶରୀର ପାଇଁ ଖୁବ ଲାଭକାରୀ ହୋଇଥାଏ। ଏଣୁ ଆମ୍ବ ସହ ଏହାର ଚୋପାର ସେବନ ମଧ୍ୟ କରିବା ଉଚିତ୍। ଖରାଦିନରେ ବହୁଳମାତ୍ରାରେ ସପେଟା ମିଳିଥାଏ ।ଏହା ପାଟିକୁ ଯେତେ ସୁଆଦିଆ ଲାଗେ ଶରୀର ପାଇଁ ମଧ୍ୟ ଖୁବ ଲାଭକାରୀ ହୋଇଥାଏ । ଏଣୁ ଖାଲି ସପେଟା ନୁହଁ ଏହାର ଚୋପା ମଧ୍ୟ ଖୁବ ଲାଭକାରୀ। ଏହାର ଚୋପାରେ ଭରପୁର ମାତ୍ରର ଭିଟାମିନ ଏ, ବି, ସି ଏବଂ ଇ ରହିଥାଏ। ଏଣୁ ଭୁଲରେ ମଧ୍ୟ ଏହାର ଚୋପାକୁ ଫିଙ୍ଗନ୍ତୁ ନାହିଁ।ସେଓକୁ ସବୁବେଳେ ଖାଇବା ଉଚିତ୍। କିଛି ଲୋକ ଏହାର ଚୋପା ଛଡ଼ାଇ ଖାଇଥାନ୍ତି। ଫଳରେ ଏଥିରେ ଥିବା ପୋଷକ ତତ୍ତ୍ବ କମ ହୋଇଯାଇଥାଏ। ଏଣୁ ସର୍ବଦା ସେଓକୁ ଚୋପା ସହ ହିଁ ଖାଆନ୍ତୁ।

ଅଙ୍ଗୁର ଶରୀର ପାଇଁ ବେଶ୍ ଲାଭ ଦାୟକ।  କାରଣ ଅଙ୍ଗୁରରେ ରହିଥିବା ପୋଷକ ହାର୍ଟ ସମ୍ବନ୍ଧୀୟ ଅସୁବିଧାରୁ ରକ୍ଷା କରିଥାଏ। ଏହା ଖାଇବାକୁ ଯେତିକି ସୁଆଦିଆ ସେତିକି ଲାଭଦାୟକ।ଅମୃତଭଣ୍ଡା :  ଖାଦ୍ୟରେ ଅମୃତଭଣ୍ଡା ସାମିଲ କରିବା ଜରୁରୀ । ଅମୃତଭଣ୍ଡାରେ ଭିଟାମିନ ସି ଏବଂ ଭିଟାମିନ ଏ ରହିଥାଏ । ଯାହାଦ୍ୱରା ଆଖି ଏବଂ ଇମ୍ୟୁନିଟି ଦୁଇଟି ମଜବୁତ ହୋଇଥାଏ । ଏଥିରେ ଫାଇବର ମଧ୍ୟ ମିଳିଥାଏ ଯାଗା ଦ୍ୱାରା ପେଟ ଏବଂ ହଜମ ଭଲ ରହିଥାଏ । ଓଜନ କମାଇବାରେ ମଧ୍ୟ ଅମୃତଭଣ୍ଡା ଲାଭଦାୟକ ଫଳ ବୋଲି କୁହାଯାଏ ।କଦଳୀ : କଦଳୀରେ ଭିଟାମିନ ଏ,ବି ,ସି ,ଇ , ପୋଟାସିୟମ ଏବଂ ମ୍ୟାଗ୍ନିସିୟମର ଭରପୁର ମାତ୍ରାରେ ରହିଥାଏ । ଏଥିରେ ଏମିନୋଏସିଡ ରହିଥାଏ । କଦଳୀରେ ଭିଟାମିନ ବି-6 ମିଳିଥାଏ । ଯାହା ଏକ ଆଣ୍ଟି ଆକ୍ସିଡେଣ୍ଟ ଅଟେ ।ଡାଳିମ୍ବ : ଡାଳିମ୍ବ  ଖାଇଲେ ଶରୀରକୁ ଭରପୁର ଭିଟାମିନ ସି ଏବଂ ଫାଇବର ବହୁତ ମାତ୍ରାରେ ମିଳିଥାଏ । ଏହା ଓଜନ କମାଇବା ପାଇଁ ମଧ୍ୟ ସହାୟକ ହୋଇଥାଏ । ଥଣ୍ଡା କାଶରୁ ମଧ୍ୟ ମୁକ୍ତି ଦେଇଥାଏ । ଡାଳିମ୍ବରେ କ୍ୟାଲସିୟମ ଭରପୁର ପରିମାଣରେ ରହିଥାଏ ଏବଂ ଏହା ଆଣ୍ଟି ଆକ୍ସିଡେଣ୍ଟ ହୋଇଥିବାରୁ ଚର୍ମ ସହ ସ୍ବାସ୍ଥ୍ୟକୁ ସୁସ୍ଥ ରହିଥାଏ ।ତରଭୂଜ: ଅଧିକ ପୌଷ୍ଟିମ ଫଳ ହେଉଛି ତରଭୁଜ। ଯାହା ଶରୀରର ପାଣିର ଅଭାବକୁ ଦୂର କରେ। ଏହାର ସ୍ୱାଦ ସମସ୍ତଙ୍କୁ ପସନ୍ଦ ଆସିଥାଏ। ଏହା ଖରାଦିନ ପାଇଁ ବେଶ୍ ଲାଭ ଦାୟକ। ଏହା ଓଜନ କମାଇବାରେ ମଧ୍ଯ ସହାୟକ ହୋଇଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।