You are currently viewing ବାସିରୁଟି ଖାଇଲେ ମିଳିଥାଏ ଏହିସବୁ ଫାଇଦା, ଜାଣନ୍ତୁ…

ବାସିରୁଟି ଖାଇଲେ ମିଳିଥାଏ ଏହିସବୁ ଫାଇଦା, ଜାଣନ୍ତୁ…

ଆପଣ ଦେଖିଥିବେ ଯେ, ଯେଉଁ ଲୋକଙ୍କ ପାଖରେ ବେଶି ପଇସା ଥିବ ସେମାନଙ୍କ ପାଖରେ ଅନେକ ରୋଗ ଦେଖା ଦେଇଥାଏ । ଯାହା ପାଖରେ ପଇସା କମ ଥାଏ ସେମାନଙ୍କ ପାଖରେ କମ୍ ରୋଗ ଦେଖାଦେଇଥାଏ । ଏହି ଦୁଇ ଜଣଙ୍କ ମଧ୍ୟରେ ଥିବା ପଇସାର ଅନ୍ତର ସେମାନଙ୍କ ରୋଗରେ ମଧ୍ୟ ଦେଖାଦେଇଥାଏ । କାରଣ ଆମ ପାଖରେ ଯେତିକି ଅଧିକ ପଇସା ଥାଏ ସେତିକି ଆମ ଜୀବନ ଶୈଳୀ ବଦଳିଯାଇଥାଏ । ପଇସା ଅଧିକ ଥିବା ଦ୍ୱାରା ଆମେ ତାଜା ଖାଇବା ଖାଇଥାଉ ଏବଂ ଯାହା ଖାଇବା ବଳିଯାଏ ତାକୁ ଫିଙ୍ଗି ଦେଇଥାଉ । ଆମେ ସନ୍ଧ୍ୟାରେ ରୁଟି ବନେଇଥାଉ ଏବଂ ଯଦି ରୁଟି ସକାଳକୁ ବଳିଯାଏ ତେବେ ଫିଙ୍ଗି ଦେଉ । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଆୟୁର୍ବେଦ ଅନୁସାରେ ବାସି ରୁଟି ଖାଇବାର ବହୁତ ଫାଇଦା ରହିଛି । ଗରିବ ଲୋକ ଏମିତି କରିନଥାନ୍ତି କାରଣ ସେମାନଙ୍କ ପାଖରେ ଏତେ ପଇସା ନଥାଏ ଯେ, ସେମାନେ ଖାଇବା ଫିଙ୍ଗି ପାରିବେ । ତେଣୁ ସେମାନେ ରାତିରେ ବଳିଯାଇଥିବା ଖାଇବା ସକାଳୁ ଖାଇଦିଅନ୍ତି । ସେମାନେ ଅଜାଣତରେ ହେଉ କିନ୍ତୁ କିଛି ଭଲ କାମ କରିନେଇଥାନ୍ତି ଯାହା ଦ୍ୱାରା ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ବାସି ଜିନିଷ ଖାଇବାର ଫାଇଦା ରହିଛି କିନ୍ତୁ ସବୁ ବାସି ଜିନିଷରେ ନୁହେଁ କେବଳ ଖାଇବା ଯଦି ଗହମରେ ବନିଥାଏ ତେବେ ।
ବାସି ରୁଟି ଖାଇବାର ଫାଇଦା
ବାସିରୁଟିକୁ ପରଦିନ ସକାଳୁ ଖିରରେ ଭିଜେଇ ଦିଅନ୍ତୁ ଏବଂ ୫ ମିନିଟ ପରେ ଏହି ରୁଟିକୁ ଖାନ୍ତୁ । ଖିରକୁ ଗରମ ଗରନ୍ତୁ ନାହିଁ ଏବଂ ସେଥିରେ ଚିନି ନ ମିଶାଇ ଏହାକୁ ଖାନ୍ତୁ । ଏହି ବାସିରୁଟିକୁ ଖାଲି ପେଟରେ ଖାନ୍ତୁ ଏହାର ବହୁୁତ ଫାଇଦା ରହିଛି ।
ଡାଇବେଟିସ୍ ହେଲେ ଆମେ ଅନେକ ଓøଷଧ ଖାଇଥାଉ ଯାହା ଦ୍ୱାରା ଏହି ଓøଷଧଗୁଡିକ ପ୍ରଭାବ ଆମ ଲିଭର, ପାନକ୍ରିୟାଜ, କିଡନିରେ ପଡିଥାଏ । ଏହି ଔଷଧଗୁଡିକ ବହୁତ ଶକ୍ତିଶାଳୀ ହୋଇଥାଏ ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀର ଦୁର୍ବଳ ହୋଇଯାଇଥାଏ । ଏହି ପରିସ୍ଥିତିରେ ବାସିରୁଟି ଖାନ୍ତୁ । ଏହା ବହୁତ ପ୍ରଭାବଶାଳୀ ହୋଇଥାଏ ଯାହା ଡଇବେଟିସକୁ କଣ୍ଟ୍ରୋଲ କରିଥାଏ ।
ହାଇବ୍ଳଡପ୍ରେସର ଥିବା ରୋଗୀ ମଧ୍ୟ ବାସିରୁଟି ଖିରରେ ଖାନ୍ତୁ ଏହି ସମସ୍ୟା ଦୂର ହୋଇଯିବ ଏବଂ ସକାଳୁ ଖାଲି ପେଟରେ ପାଣି ପିଅନ୍ତୁ ହାଇବିପି ହେବ ନାହିଁ ।
ବାସିରୁଟି ଓଜନକୁ ମଧ୍ୟ କମ କରିଥାଏ । ବାସିରୁଟି ଖାଆନ୍ତୁ ଏବଂ ଶରୀରକୁ ସୁସ୍ଥ ରଖନ୍ତୁ ।

ଅନ୍ୟମାନଙ୍କୁ ଜଣାନ୍ତୁ।