You are currently viewing ଯାତ୍ରା ସମୟରେ ବାନ୍ତି ହେଉଥିଲେ ଆପଣାନ୍ତୁ ଏହି ସବୁ ଉପାୟ…

ଯାତ୍ରା ସମୟରେ ବାନ୍ତି ହେଉଥିଲେ ଆପଣାନ୍ତୁ ଏହି ସବୁ ଉପାୟ…

ଅତ୍ୟଧିକ ଲୋକ ବସ କିମ୍ବା କାରରେ ଯିବା ସମୟରେ ବାନ୍ତି କରିଥାନ୍ତି । ଯାହାଦ୍ୱାରା କୌଣସି ସ୍ଥାନକୁ ଯିବା ପାଇଁ ସେମାନେ କୁଣ୍ଠାବୋଧ କରିଥାନ୍ତି ଏବଂ କୌଣସି ଦୀର୍ଘ ଯାତ୍ରା କରିବାକୁ ପସନ୍ଦ କରିନଥାନ୍ତି । ଏଭଳି ପରିସ୍ଥିତିରେ ଆମେ କିଛି ଘରୋଇ ଉପଚାର ଦ୍ୱାରା ଏହି ସମସ୍ୟାକୁ ଦୂର କରିପାରିବା । ଆମକୁ ଯେତେବେଳେ ବାନ୍ତି ଲାଗିବ ଆମେ ୪ରୁ ୫ଟା ତୁଳସୀ ପତ୍ର ଚୋବାଇ ଦେବା କିମ୍ବା ୨ ରୁ ୩ ଟା ଗୋଲମରିଚ ଚୋବାଇ ଦେଲେ ଆଉ ବାନ୍ତି ଲାଗିବ ନାହିଁ । ବାନ୍ତିରୁ ନିସ୍ତାର ପାଇଁ ୨ଟି ଲବଙ୍ଗ ପାଟିରେ ପକାନ୍ତୁ । ବାନ୍ତି କୁ ବନ୍ଦ କରିବା ପାଇଁ ସର୍ବୋତ୍ତମ ଉପାୟ ହେଉଛି ଲେମ୍ବୁ । ଲେମ୍ବୁକୁ ଶୁଘିଂବା ଏବଂ ଏହାର ରସକୁ ସେବନ କରିବା ଦ୍ୱାରା ବାନ୍ତି ବନ୍ଦ ହୋଇଯାଇଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।