You are currently viewing କରୋନା ସଙ୍କଟରେ ଦେଶ ପାଳୁଛି ୭୪ ତମ ସ୍ଵାଧୀନତା ଦିବସ

କରୋନା ସଙ୍କଟରେ ଦେଶ ପାଳୁଛି ୭୪ ତମ ସ୍ଵାଧୀନତା ଦିବସ

ଭୁବନେଶ୍ୱର, କରୋନା ସଙ୍କଟରେ ବି ଆମ ଦେଶ ପାଳୁଛି ୭୪ତମ ସ୍ୱାଧୀନତା ଦିବସ । ରାଜଘାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଏହା ସହ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପତାକା ଉତ୍ତୋଳନ ସହ ଜାତୀୟ ସଙ୍ଗୀତ ଗାୟନ କରାଯାଇଛି । କରୋନା କଟକଣାକୁ କଡାକଡି ପାଳନ କରାଯାଇ ସ୍ଵାଧୀନତା ଦିବସ ପାଳନ କରାଯାଉଛି। ସମସ୍ତେ ସାମାଜିକ ଦୂରତା ଓ ମାସ୍କ ବ୍ୟବହାର କରିଥିବା ଦେଖିବାକୁ ମିଳୁଛି।

ଅନ୍ୟମାନଙ୍କୁ ଜଣାନ୍ତୁ।