ଲକ୍ଷ୍ନୌ: ବର୍ତ୍ତମାନର ଆଧୁନିକ ଯୁଗରେ ଜାତିପ୍ରଥା ଲୋପ ପାଇ ଯାଇଥିବାବେଳେ ଏବେ ମଧ୍ୟ କିଛି କିଛି ଜାଗାରେ ଜାତିପ୍ରଥା ପୁନଃ ପ୍ରଚଳିତ ହେବାରେ ଲାଗିଛି |ତେବେ ସୂଚନା ଅନୁସାରେ ଉତ୍ତରପ୍ରଦେଶରେ ଏବେ ଯାନ ଉପରେ ଜାତି ଲେଖିବାର ଫ୍ୟାଶନ୍ ଚାଲିଛି । ସାଧାରଣତ ଲୋକମାନେ ଜାଟ, ଯାଦବ, ଗୁରୁଜାର, କ୍ଷତ୍ରିୟ, ରାଜପୁତ, ପଣ୍ଡିତ, ମୌର୍ଯ୍ୟ ଲେଖି ନିଜ ଗାଡି ଚଳାଉଛନ୍ତି । ବର୍ତ୍ତମାନ ୟୁପି ସରକାର ଏହାକୁ ନେଇ କଡା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ତେବେ ୟୁପି ସରକାର ବର୍ତ୍ତମାନ ଏଥିରେ ଲଗାମ ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି । ବର୍ତ୍ତମାନ ଗାଡିରେ ଜାତି ଲେଖିଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକ ପ୍ରସ୍ତୁତି ଚାଲିଛି । ୟୁପିରେ ଜାତି ଲେଖି ଚଳାଚଳ କରୁଥିବା ଗାଡିଗୁଡିକୁ ଧରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଏହି ପରି ଘଟଣା ପାଇଁ କେନ୍ଦ୍ର ସରକାର କ୍ରମାଗତ ଭାବରେ ଅଭିଯୋଗ ଗ୍ରହଣ କରୁଥିଲେ, ଯେଉଁଥିରେ କୁହାଯାଉଥିଲା ଯେ ଯାନବାହାନରେ ଜାତି ଅନୁଯାୟୀ ଷ୍ଟିକର ଲଗା ଯାଉଛି । ଯାହା ଦ୍ୱାରା ଜାତିପ୍ରଥାର ଭେଦଭାବ ଆରମ୍ଭ ହେଉଛି । କେନ୍ଦ୍ର ସରକାର ଏହି ଅଭିଯୋଗକୁ ଗମ୍ଭୀରତାର ସହ ନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ୟୁପି ସରକାରଙ୍କୁ ଏକ ଚିଠି ଲେଖି ନିଷେଧାଦେଶ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।କାର୍ଯ୍ୟାଳୟ ପକ୍ଷରୁ ଚିଠି ପାଇବା ପରେ ୟୁପି ସରକାର ଏହା ଉପରେ ସକ୍ରିୟ ହୋଇ ସମସ୍ତ ଜିଲ୍ଲାର ପରିବହନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ କାର୍ଯ୍ୟାନୁଷ୍ଠାନ ଆରମ୍ଭରୁ ୟୁପି ସରକାର ଲୋକଙ୍କୁ ସଚେତନ କରାଇବା ଅଭିଯାନ ମଧ୍ୟ ଆରମ୍ଭ କରିଛନ୍ତି |
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ