You are currently viewing ଗାଡି ଚାଳକଙ୍କ ପାଇଁ ଖୁସି ଖବର: ବଢିଲା କାଗଜପତ୍ର ଅବଧି

ଗାଡି ଚାଳକଙ୍କ ପାଇଁ ଖୁସି ଖବର: ବଢିଲା କାଗଜପତ୍ର ଅବଧି

ନୂଆଦିଲ୍ଲୀ, କରୋନା ସଙ୍କଟକୁ ଦୃଷ୍ଟିରେ ରଖି ଗାଡି କାଗଜପତ୍ର ଅବଧିକୁ ବଢ଼ାଇଛନ୍ତି  କେନ୍ଦ୍ର ସରକାର । ଡିସେମ୍ବର ୩୧ ଯାଏ ଗାଡି କାଗଜପତ୍ରର ଅବଧିକୁ ବୃଦ୍ଧି କରାଯାଇଛି । ଏଣିକି ଯଦି କାଗଜପତ୍ରର ଅବଧିି ଶେଷ ହୋଇଯିବ, ତେବେ ଆପଣଙ୍କୁ କୌଣସି ଫାଇନ ଦେବାକୁ ପଡ଼ିବ ନାହିଁ । ଏ ସମ୍ପର୍କରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦେଇଛନ୍ତି । ଏଥିସହ ସମସ୍ତ ରାଜ୍ୟ ସରକାରମାନଙ୍କୁ କେନ୍ଦ୍ର ପକ୍ଷରୁ ଆଡଭାଇଜରି ଜାରି କରାଯାଇଛି । ୪ର୍ଥ ଥର ପାଇଁ କେନ୍ଦ୍ର ସରକାର ଗାଡ଼ି କାଗଜପତ୍ରର ଅବଧି ବୃଦ୍ଧି କରିଛନ୍ତି । ସୂଚନା ଥାଉକି, ପୂର୍ବରୁ ସେପ୍ଟେମ୍ବର ୩୦ ଯାଏ କାଗଜପତ୍ରର ଅବଧିକୁ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର ।

ଅନ୍ୟମାନଙ୍କୁ ଜଣାନ୍ତୁ।