You are currently viewing ନିର୍ବାଚନ କମିଶନ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଅଶୋକ ଲାଭାସା

ନିର୍ବାଚନ କମିଶନ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଅଶୋକ ଲାଭାସା

ନୂଆଦିଲ୍ଲୀ, ନିର୍ବାଚନ କମିଶନ ପଦରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ଅଶୋକ ଲାଭାସା । ସେ ସେପ୍ଟେମ୍ୱର ମାସରେ ଏସୀୟ ବିକାଶ ବ୍ୟାଙ୍କ (ଏଡିବି)ର ଉପ-ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବେ । ନିର୍ବାଚନ ଆୟୋଗରେ ୧୯୮୦ ବ୍ୟାଚର ହରିୟାଣା କ୍ୟାଡର ଆଇଏଏସ ଅଧିକାରୀ ଲାଭାସାଙ୍କ ଆଉ ଦୁଇବର୍ଷ କାର୍ଯ୍ୟକାଳ ଥିଲା ।

ମାନିଲା ସ୍ଥିତ ଏସୀୟ ବିକାଶ ବ୍ୟାଙ୍କ (ଏଡିବି) ପକ୍ଷରୁ ଗତ ଜୁଲାଇ ୧୫ରେ ଘୋଷଣା କରାଯାଇଥିଲା ଯେ ଅଶୋକ ଲାଭାସାଙ୍କୁ ବ୍ୟାଙ୍କର ଉପ-ସଭାପତି ଭାବେ ଚୟନ କରାଯାଇଛି । ସେ ଘରୋଇ କ୍ଷେତ୍ର ଓ ଘରୋଇ-ସରକାରୀ ସହଭାଗିତା କ୍ଷେତ୍ର ଦାୟିତ୍ୱରେ ରହିବେ । ଗତ ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୁଦ୍ଧରେ ଆଦର୍ଶ ଆଚରଣବିଧି ଉଲ୍ଲଙ୍ଘନ ଅଭିଯୋଗ ଉଠିବା ପରେ ଲାଭାସା ନିରପେକ୍ଷ ଆଭିମୁଖ୍ୟ ଗ୍ରହଣ କରି ଉଭୟଙ୍କ ବିରୋଧରେ ମତ ରଖିଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।