ନୂଆଦିଲ୍ଲୀ: କଂଗ୍ରେସ ଦଳର ବରିଷ୍ଠ ଦଳିତ ନେତା ସର୍ଦ୍ଦାର ବୁଟା ସିଂଙ୍କର ଆଜି ଦେହାନ୍ତ ହୋଇଯାଇଛି |ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା ।
ତେବେ ବୁଟା ସିଂ ୨୧ ମାର୍ଚ୍ଚ ୧୯୩୪ରେ ପଞ୍ଜାବର ଜଳନ୍ଦର ଜିଲ୍ଲା ମୁସ୍ତାଫାପୁରରେ ମଜାବୀ ଶିଖ ପରିବାରରେ ଜନ୍ମଗ୍ରହଣ କରିଥିଲେ | ସେ ରାଜନୀତିରେ ପ୍ରବେଶ କରିବା ପୂର୍ବରୁ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ। ସେ ପ୍ରଥମେ ଅକାଳି ଦଳର ସଦସ୍ୟ ଭାବରେ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ | ତାପରେ ଅକାଳି ଦଳ ବିଭାଜିତ ହେବାପରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ । ସର୍ଦ୍ଦାର ବୁଟା ସିଂ ୮ ଥର ଲୋକସଭାକୁ ନିର୍ବାଚିତ ହୋଇଥିଲେ । ନିଜର ଦୀର୍ଘ ରାଜନୈତିକ ଯାତ୍ରା ସମୟରେ ସେ କେନ୍ଦ୍ର ଗୃହ ମନ୍ତ୍ରୀ, କୃଷି ମନ୍ତ୍ରୀ, ରେଳ ମନ୍ତ୍ରୀ ଓ ଭାରତ ସରକାରଙ୍କ କ୍ରୀଡ଼ା ମନ୍ତ୍ରୀ ମଧ୍ୟ ଥିଲେ । ସେ ବିହାରର ରାଜ୍ୟପାଳ ତଥା ଜାତୀୟ ଅନୁସୂଚିତ ଜାତି ଆୟୋଗର ଚେୟାରମ୍ୟାନ୍ ଭାବରେ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡିକ ପରିଚାଳନା କରିଥିଲେ |୧୯୭୭ ମସିହାରେ ଯେତେବେଳେ ଜନତାଙ୍କ ଆକ୍ରୋଶ ଯୋଗୁଁ କଂଗ୍ରେସକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଲା । ସେତେବେଳେ କଂଗ୍ରେସ ପାର୍ଟି ସଂପୂର୍ଣ୍ଣ ଭାବେ ସଂକଟରେ ପଡ଼ିଥିଲା । ଏହା ପରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ସେ କଂଗ୍ରେସର ଏକମାତ୍ର ଜାତୀୟ ସାଧାରଣ ସମ୍ପାଦକ ଭାବରେ କଠିନ ପରିଶ୍ରମ କରିଥିଲେ | ୧୯୮୦ ମସିହାରେ ଦଳକୁ କ୍ଷମତାକୁ ଫେରାଇ ଆଣିବାରେ ବିଶେଷ ଅବଦାନ ଥିଲା ବୁଟା ସିଂଙ୍କର |
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ