ନୂଆଦିଲ୍ଲୀ, ଦେଶର ୫୦ କୋଟି ସଂଗଠିତ ତଥା ଅସଂଗଠିତ କ୍ଷେତ୍ରର ଶ୍ରମିକଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ମୋଦୀ ସରକାର ୪୪ଟି ଶ୍ରମ ଆଇନରେ ବଡ଼ ପରିବର୍ତ୍ତନ କରି କେବଳ ୪ଟି ଶ୍ରମ କୋର୍ଡ ରଖିଛନ୍ତି। ଏହା ସହିତ ସରକାର ୧୨ଟି ଆଇନକୁ ବାତିଲ କରି ପୁରୁଣା ୪୪ଟି ଆଇନ ମଧ୍ୟରୁ ୩ଟି ଆଇନକୁ ନୂତନ ଶ୍ରମ କୋର୍ଡରେ ଅନ୍ତର୍ଭୁକ୍ତ କରିଛନ୍ତି। ଅର୍ଥାତ ଏବେ ୨୯ ବଦଳରେ କେବଳ ୪ଟି ଶ୍ରମ ନିୟମ ଲାଗୁ ହେବ।
