You are currently viewing ସୁନ୍ଦରଗଡ଼ରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼ରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର- ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ର ବିକାଶ ପାଇଁ ୪୯୧୫ କୋଟି ଟଙ୍କାର ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହ ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହି ଷ୍ଟାଡିଅମରେ ୨୦୨୩ ବିଶ୍ୱକପ୍ ହକି ମ୍ୟାଚ୍ ଖେଳାଯିବ ।

ସୁନ୍ଦରଗଡ଼ର ୧୭ଟି ବ୍ଲକରେ ହେବ ଗୋଟିଏ ଲେଖାଏଁ ଆଷ୍ଟ୍ରୋ ଟର୍ଫ । ୧୬୧୧ କୋଟି ବ୍ୟୟରେ ବିଭିନ୍ନ ପାନୀୟ ଜଳ ପ୍ରକଳ୍ପ ହେବ । ୩୫୧ କୋଟି ଟଙ୍କା ବ୍ୟୟରେ ହେବ ୧୧ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ହେବ । ୧୦ଟି କସ୍ତୁରବା ଗାନ୍ଧି ଆବାସିକ ବାଳିକା ବିଦ୍ୟାଳୟ ହେବ । ଓଡ଼ିଶା ଆଦର୍ଶ ବିଦ୍ୟାଳୟର ୩୩ଟି ଛାତ୍ରଛାତ୍ରୀ ନିବାସର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ।

୧୧୧ କୋଟିର ସ୍ବାସ୍ଥ୍ୟ ପ୍ରକଳ୍ପ ଓ ରାସ୍ତାଘାଟର ବିକାଶ ପାଇଁ ୧୦୬୦ କୋଟି ଟଙ୍କା ଖର୍ଚ୍ଚ ହେବ । ପରିମଳ ପାଇଁ ୨୫୦ କୋଟି, ବିଦ୍ୟୁତ୍ ଯୋଗାଣ ପାଇଁ ୩୮ କୋଟି ଏବଂ ସ୍ମାର୍ଟ ସିଟି ରାଉରକେଲା ପାଇଁ ୪୭୧ କୋଟି । ଏହା ସହ ଜୀବିକା ବିକାଶ ପାଇଁ ୨୧୬ କୋଟିର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଅନ୍ୟମାନଙ୍କୁ ଜଣାନ୍ତୁ।