You are currently viewing ଅଯୋଧ୍ୟାରେ ଜଳିଲା ୧୨ ଲକ୍ଷ ଦୀପ
Ayodhya: Devotees light earthen lamps on the bank of Saryu River during Deepotsav celebrations in Ayodhya, Saturday, Oct. 26, 2019. (PTI Photo/Nand Kumar) (PTI10_26_2019_000113B)

ଅଯୋଧ୍ୟାରେ ଜଳିଲା ୧୨ ଲକ୍ଷ ଦୀପ

ଅଯୋଧ୍ୟା-୦୪.୧୧.୨୦୨୧, ପବିତ୍ର ଦୀପାବଳି ଅବସରରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ବୁଧବାର ଦିନ ଦୀପୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଉପଲକ୍ଷେ ଭଗବାନ ଶ୍ରୀରାମଙ୍କ ନଗରୀକୁ ୧୨ ଲକ୍ଷ ଦ୍ଵୀପରେ ସୁସଜ୍ଜିତ କରାଯାଇଛି । ଦୀପୋତ୍ସବ ସହ ସରଜୁ ନଦୀ କୂଳରେ ପ୍ରଜ୍ଜ୍ୱଳିତ ହୋଇଛି ୯ ଲକ୍ଷ ଦୀପ। ଏହାସହ ଆକର୍ଷଣୀୟ ଲେଜର ଶୋ’ ଦେଖିବାକୁ ମିଳିଛି।

ପୁରା ଅଯୋଧ୍ୟାରେ ୧୨ ଲକ୍ଷ ଦୀପ ପ୍ରଜ୍ଜ୍ୱଳିତ କରାଯାଇଛି। ଏହା ସହ ୧୨ ଲକ୍ଷ ଦୀପ ପ୍ରଜ୍ୱଳନ କରିବା ବିଶ୍ୱ ରେକର୍ଡ ସୃଷ୍ଟି କରିଛି । ଏହା ଗିନିଜ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି ।ଗଣତି ପାଇଁ ଗିନିଜ୍ ବୁକ୍ ଅଫ୍ ରେକର୍ଡର ଟିମ୍ ପହଞ୍ଚିଥିଲେ ।୩୨ଟି ଟିମ୍ ମିଳିତ ଭାବରେ ଦୀପର ଗଣତି କରିଥିଲେ
ରାମାୟଣ ଗାଥା ଅନୁସାରେ, ୧୪ ବର୍ଷ ବନବାସ ପରେ ଆଜିର ଦିନରେ ପ୍ରଭୁ ଶ୍ରୀରାମ, ମାତା ସୀତା ଏବଂ ଅନୁଜ ଲକ୍ଷ୍ମଣ ଅଯୋଧ୍ୟାକୁ ଫେରିଥିଲେ। ଏହି ଅବସରରେ ସେମାନଙ୍କୁ ସ୍ୱାଗତ କରିବା ପାଇଁ ପୁରା ଅଯୋଧ୍ୟା ପ୍ରଜ୍ଜ୍ୱଳିତ ହୋଇଥିଲା।


ଅନ୍ୟମାନଙ୍କୁ ଜଣାନ୍ତୁ।