You are currently viewing ନେପାଳରେ ଭୟଙ୍କର ଭୂମିକମ୍ପ, ୧୨୮ ମୃତ

ନେପାଳରେ ଭୟଙ୍କର ଭୂମିକମ୍ପ, ୧୨୮ ମୃତ

ଡେସ୍କ: ଗତକାଲି ବିଳମ୍ବିତ ରାତିରେ ନେପାଳରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ରେକ୍ଟର ସେଲରେ ଏହାର ତୀବ୍ରତା  ୬.୪ ରହିଥିଲା। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଉକ୍ତ ଭୂମିକମ୍ପରେ ୧୨୮ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଭଙ୍ଗାରୁଜା ଅଂଶ ମଧ୍ୟରେ ଲୋକମାନେ ଦାବି ରହିଥିବା ଅନୁମାନ କରାଯାଉଛି, ତେଣୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ମଧ୍ୟ ଆଶଙ୍କା କରାଯାଉଛି। ନେପାଳ ପ୍ରଶାସନ ଓ ସେନା ଉଦ୍ଧାର ଏନେଇ କାର୍ଯ୍ୟରେ ଲାଗିଛନ୍ତି। 

ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ, ଗତ ରାତିରେ ଦିଲ୍ଲୀ ସମେତ ଉତ୍ତର ଭାରତର କେତେକ ରାଜ୍ୟରେ ମଧ୍ୟ ଭୂମିକମ୍ପ ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ର ନେପାଳରେ ୧୦ କିଲୋମିଟର ଗଭୀରରେ ଥିଲା। ପ୍ରାୟ ଏକ ମିନିଟରୁ ଅଧିକ ସମୟ ଧରି ଶକ୍ତିଶାଳୀ କମ୍ପନ ସୃଷ୍ଟି ହୋଇଥିବାରୁ ଲୋକମାନେ ଘର ଭିତରୁ ବାହାରକୁ ପଳାଇ ଆସିଥିଲେ। ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ ଏଭଳି ପରିସ୍ଥିତିରେ ଭାରତ ସମସ୍ତ ସହାୟତା ଯୋଗାଇ ଦେବ ବୋଲି ସେ କହିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।