ଆନ୍ଧ୍ରପ୍ରଦେଶ, ଭିଜିଆନଗରମ୍ ଜିଲ୍ଲାରେ ୨ଟି ବିଦ୍ୟାଳୟର ୧୮ ଜଣ ନବମ ଏବଂ ଦଶମ ସ୍କୁଲ ଛାତ୍ରଛାତ୍ରୀଙ୍କର କରୋନା ଟେଷ୍ଟ ସକରାତ୍ମକ ହୋଇଛି । ଗତ ସପ୍ତାହରେ ଭାରତର ଅର୍ଥନୀତିକୁ ଅନଲକ କରିବାର ପଞ୍ଚମ ପର୍ଯ୍ୟାୟରେ ଦେଇଥିବା ନିର୍ଦ୍ଦେଶାବଳୀରେ ଅକ୍ଟୋବର ୧୫ରୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସ୍କୁଲ ଖୋଲିବାର ଅନୁମତି ମିଳିଥିଲା ।
ସ୍ଥାନୀୟ ଶିକ୍ଷିା ଅଧିକାରୀ ବିଜୟ ଲକ୍ଷ୍ମୀ କହିଛନ୍ତି ଯେ, କେବଳ ଗୋଟିଏ ଗାଁରେ ୧୦୮ଜଣ ଶକ୍ଷିକ ଓ ଶକ୍ଷିୟତ୍ରୀଙ୍କର ଏହି ଜୀବାଣୁ ପରୀକ୍ଷା କରାଯାଇଥିଲା “ସେଥିମଧ୍ୟରୁ ନଅଜଣ ବାଳକ ଏବଂ ନଅ ଜଣ ବାଳିକାଙ୍କ ଟେଷ୍ଟ ରିପୋର୍ଟ ସକରାତ୍ମକ ଆସିଛି ।” ତେଣୁ ଆମେ ସତର୍କତା ଅବଲମ୍ବନ କରୁଛୁ ବୋଲି ଶ୍ରୀମତୀ ବିଜୟ ଲକ୍ଷ୍ମୀ କହିଛନ୍ତି ।