ନୂଆଦିଲ୍ଲୀ(୧୦.୧୦.୨୨) : ପ୍ରବଳ ବର୍ଷା ପରେ ଭୂସ୍ଖଳନ । ନଦୀ କୂଳ ଲଙ୍ଘିବାରୁ କେନ୍ଦ୍ରୀୟ ଭେନଜୁଏଲାରେ ବ୍ୟାପକ ଭୂସ୍ଖଳନ ହୋଇଛି । ଏଥିରେ ୨୨ ଜଣଙ୍କର ମତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ନିଖୋଜ ଅଛନ୍ତି । ଦକ୍ଷିଣ ଆମେରିକାରେ ପ୍ରବଳ ବର୍ଷା ଯୋଗୁଁ ଏଭଳି ସ୍ଥିତି ହୋଇଥିବା ସରକାରୀ ଅଧିକାରୀମାନେ କହିଛନ୍ତି । ଗତ କିଛି ଦିନ ହେବ ଭେନଜୁଏଲାରେ ପ୍ରବଳ ବର୍ଷା ଜାରି ରହିଛି । ଏଥି ଯୋଗୁଁ ବିଭିନ୍ନ ଅଞ୍ଚଳରେ ବନ୍ୟାସ୍ଥିତି ଦେଖା ଦେଇଛି । ଫଳରେ ଅଧିକାଂଶ ଲୋକଙ୍କ ପ୍ରାଣ ହାନୀ ହୋଇଛି । ଏହା ସହିତ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି । ଭେନଜୁଏଲାର ଉପରାଷ୍ଟ୍ରପତି ଡେଲସି ରଡରିଗେସ ଏ ନେଇ ସୂଚନା ଦେଇଛନ୍ତି । ଭୂସ୍ଖଳନ ଯୋଗୁଁ ଘରବାଡି ସବୁ ମାଟି କାଦୁଅ ତଳେ ପୋତି ହୋଇଯାଇଛି । ରାସ୍ତା ଗୁଡିକରେ ଗଛ ଗୁଡିକ ପଡିଛି । ଉପ ରାଷ୍ଟ୍ରପତିଙ୍କ କହିବା ଅନୁସାରେ ଭେନଜୁଏଲାର ୫ଟି ଛୋଟ ଛୋଟ ନଦୀରେ ବନ୍ୟା ହୋଇଛି । ପୁରା ସହର କାଦୁଅରେରେ ଦବି ରହିଛି । ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା ଜାରି ରହିଛି । ଉଦ୍ଧାର କାର୍ଯ୍ୟରେ ସେନାକୁ ନିୟୋଜିତ କରାଯାଇଛି । ସନ୍ଧାନୀ କୁକୁରଙ୍କ ସହି ଉଦ୍ଧାର କାର୍ଯ୍ୟରେ ୧୦୦୦ ଲୋକ ନିୟୋଜିତ ଅଛନ୍ତି ।
ମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା’ ଗୌରୀଙ୍କ ପୂଜାANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶ