You are currently viewing ଦ୍ରୃତ ଗତି ପାଇଁ ଚାଲିଗଲା ୪ ଜୀବନ

ଦ୍ରୃତ ଗତି ପାଇଁ ଚାଲିଗଲା ୪ ଜୀବନ

ଲକ୍ଷ୍ନୌ (୧୮.୧୦.୨୨) : ଦୃତ ଗତିରେ ଗାଡି ଚଲାଇବା ଯେଗୁଁ ଏବଂ ଅସାବଧାନତା ପାଇଁ ଚାଲିଯାଇଛି ୪ ଜୀବନ । ଉତ୍ତରପ୍ରଦେଶର ସୁଲତାପପୁରରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାର କିଛି ସମୟ ପୂର୍ବରୁ ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି ବିଏମଡବ୍ଲୁରେ ବସିଥିବା ୪ ଜଣ କିପରି ବେପରୁଆ ହୋଇ ଗାଡି ଚଲାଉଛନ୍ତି ତାହା ଦେଖବାକୁ ମିଳିଛି ।

ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ଯାଉଥିବା ଏହି କାର ୫୦ କିମ୍ବା ୬୦ ନୁହେଁ ୧୦୦ ମଧ୍ୟ ନୁହେଁ ୨୩୦ରୁ ଅଧିକ ବେଗରେ ଚଲାଉଥିଲେ । ତେବେ କାର ଡ୍ରାଇଭରଙ୍କୁ ଆହୁରି ସ୍ପିଡରେ ଯିବାକୁ କହୁଥିଲେ ସହଯାତ୍ରୀ । କୌଣସି ଦୁର୍ଘଟଣା କିମ୍ବା ଅଘଟଣକୁ ଯେପରି ଏମାନଙ୍କର ଫିକର ନାହିଁ ।

ରାସ୍ତା ଖାଲି ଥିଲା ତେବେ ସେଥିପାଇଁ ଦ୍ରୃତ ଗତିରେ ମାଡିଚାଲିଥିଲେ । ପୂର୍ବାଞ୍ଚଳ ଏକ୍ସପ୍ରେସ ୱେରେ ସୁଲତାନପୁରରେ ଏହି ବିଏମଡବ୍ଲୁ କାର ଏକ କଣେଟନରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଗାଡି ଖଣ୍ଡଖଣ୍ଡ ହୋଇଥିଲା । ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଲୋକଙ୍କ ହାତ ମୁଣ୍ଡ ୨୦ରୁ୩୦ ମିଟର ଦୂରରେ ପଡିଥିଲା । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।