ରାଜସ୍ଥାନ, ବୁନ୍ଦୀ ଜିଲ୍ଲାର ସୀମାରେ ଥିବା ଗୋଥାକାଲା ଗ୍ରାମ ନିକଟ ଚମ୍ବଲ ନଦୀରେ ଏକ ଡଙ୍ଗା ବୁଡ଼ିଯାଇଛି । ଏହି ଡଙ୍ଗାରେ ପ୍ରାୟ ୨୫ରୁ ୩୦ ଜଣ ଲୋକ ଥିଲେ । ଏମାନେ ଡଙ୍ଗାରେ କଲମେଶ୍ୱର ଧାମକୁ ଯାଉଥିଲେ । ଡଙ୍ଗାଟି ବୁଡିଯିବାରୁ ୧୦ରୁ୧୨ ଜଣ ଲୋକ ବୁଡିଯାଇଥିବାର ଜଣାପଡିଛି । ସେଥିମଧ୍ୟରୁ ୭ ମୃତ ଦେହ ଉଦ୍ଧାର କରାଯାଇଛି । ବୁଡିଯାଉଥିବା ଲୋକଙ୍କ ମଧ୍ୟରେ ଅଧିକାଂଶ ବୃଦ୍ଧ, ଶିଶୁ ଏବଂ ମହିଳା ଅଛନ୍ତି ଯାହାଙ୍କୁ ପହଁରିବା ଜଣାନାହିଁ । ପୋଲିସ୍ ସେଠାରେ ପହନ୍ଚି ତଦନ୍ତ ଆରମ୍ଭ କରି ୧୪ ଜଣ ନିଖୋଜଙ୍କ ତାଲିକା ପ୍ରସ୍ତୁତ କରିଛି । ଏସ୍ପି ଚୌଧୁରୀ କହିଛନ୍ତି ଯେ, ଡଙ୍ଗାରେ ଥିବା ଅନ୍ୟ ୧୫ ଜଣ ଲୋକଙ୍କୁ ନଦୀରୁ ସ୍ଥାନାନ୍ତର କରାଯାଇଛି । ନଦୀରେ ବୁଡିଯାଉଥିବା ମହିଳା ଓ ଶିଶୁଙ୍କୁ କୂଳକୁ ଆଣିବା ପାଇଁ କୌଣସି ସୁବିଧା ନଥିଲା । ଏଥିପାଇଁ ପ୍ରଶାସନ ଦାୟୀ ରହିଛି ବୋଲି ଅଭିଯୋଗ କରିଛନ୍ତି ଲୋକ । କାରଣ ଏହି ଉପାୟରେ ବେଆଇନ୍ ଭାବେ ଡଙ୍ଗା ଚାଲାଣ କରାଯାଉଛି କିନ୍ତୁ କୌଣସି ପ୍ରକାର ଦୁର୍ଘଟଣାକୁ ରୋକିବା ପାଇଁ କିଛି ଉପକରଣର ବ୍ୟବସ୍ଥା କରାଯାଇ ନାହିଁ ।
ମନରୁ ପାପ ଦୂର କରିବା ପାଇଁ କରନ୍ତୁ ମା’ ଗୌରୀଙ୍କ ପୂଜାANS NEWS SUPERFAST [email protected]ଘୋଷଣା ହେଲା ଝାରସୁଗୁଡ଼ା ଉପନିର୍ବାଚନ ତାରିଖସାବରକରଙ୍କ ବିରୋଧରେ ଟିପ୍ସଣୀ ଦେବେନି ରାହୁଲ ଗାନ୍ଧୀଆଙ୍ଗୁଠି ଫୁଟାଇବା ହୋଇପାରେ କ୍ଷତିକାରକଦୂର ହେବ ଶୀତଳ ଭଣ୍ଡାର ସମସ୍ୟାଗାଡି ଚଲାଇ ଧରାପଡିଲେ ନାବାଳକଏନସିପି ନେତା ଫେରିପାଇଲେ ସାଂସଦ ପଦମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୩୦ ବର୍ଷ ଧରି ବଧୂବେଶ