You are currently viewing ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ୭୫ତମ ଜନ୍ମଦିବସ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ୭୫ତମ ଜନ୍ମଦିବସ

ନୂଆଦିଲ୍ଲୀ, ଭାରତର ୧୪ତମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ୭୫ତମ ଜନ୍ମଦିବସ ପାଳନ କରୁଛନ୍ତି । ସେ ଉତ୍ତରପ୍ରଦେଶ କାନପୁରର ଏକ ଛୋଟ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ଜନ୍ମ ଦିବସରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ ଯୋଗେ ଶୁଭକାମନା ଜଣାଇଛନ୍ତି ।

କୋବିନ୍ଦ ବୃତ୍ତିରେ ଜଣେ ଓକିଲ ଥିଲେ ପରେ ସେ ରାଜ୍ୟ ସଭାର ମେମ୍ବର ହୋଇ ବିହାରର ଗଭରନର୍ ଏବଂ ପରେ ରାଷ୍ଟ୍ରପତି ହୋଇଥିଲେ । ସେ ତାଙ୍କ ଛାତ୍ରବସ୍ଥାରେ ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ଅଧିକାର ପାଇଁ ଆପ୍ରାଣ ଲଢ଼େଇ କରିଥିଲେ । ଆଜି ତାଙ୍କ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।