You are currently viewing ବ୍ରାଜିଲରେ ବର୍ଷାର ତାଣ୍ଡବ,୭୮ ଜଣଙ୍କ ମୃତ୍ୟୁ

ବ୍ରାଜିଲରେ ବର୍ଷାର ତାଣ୍ଡବ,୭୮ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ ୧୭/୦୨: ବ୍ରାଜିଲର ରିଓ ଡି ଜେନେରିଓରେ ପ୍ରବଳ ବର୍ଷା ଓ ବନ୍ୟା । ଲଗାତାର ତିନି ଦିନ ବର୍ଷା ପରେ ବଡ଼ ଧରଣର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଫଳରେ ଭୂସ୍ଖଳନ ମଧ୍ୟ ହୋଇଛି । ଫଳରେ ୭୮ ଜଣଙ୍କ ପ୍ରାଣ ହରାଇଥିବାବେଳେ ୨୧ ଜଣଙ୍କୁ ଉଦ୍ଧାର କରାଯାଇଛି । ତେବେ ଏବେ ବି ଅନେକ ଲୋକ ମାଟିତଳେ ଚାପି ହୋଇ ରହିଥିବା ସନ୍ଦେହ କରାଯାଉଛି । ବିପର୍ଯ୍ୟୟରେ ପେଟ୍ରୋପଲିସ୍ ସହର ଅଧିକ ପ୍ରଭାବିତ ହୋଇଛି । ଯେଉଁଠାରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି ।

ଏଠାରେ ମେୟର ରୁବେନ୍ସ ବୋମଟେମ୍ପୋ କହିଛନ୍ତି ଯେ ‘ମୃତ୍ୟୁ ସଂଖ୍ୟା ଆଗକୁ ବଢିପାରେ । ଏପର୍ଯ୍ୟନ୍ତ ୨୧ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ଉଲ୍ଲେଖନୀୟ ବିଷୟ ହେଉଛି, ଏହି ଅଞ୍ଚଳରେ ୨୦୧୧ରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ତା’ପରେ ବର୍ଷା ହେତୁ ଶହ ଶହ ଲୋକଙ୍କର ମୃତ୍ୟୁ ହୋଇଥିଲା ।

ରାଜ୍ୟପାଳ କ୍ଲାଉଡିଓ କାଷ୍ଟ୍ରୋ ଗଣମାଧ୍ୟମକୁ କହିଛନ୍ତି ଯେ ଏହା ଏକ ଯୁଦ୍ଧ ପରି ପରିସ୍ଥିତି ଏବଂ ସେ ପ୍ରଭାବିତ ଅଞ୍ଚଳରୁ ଆବର୍ଜନା ସଫା କରିବା ପାଇଁ ପଡୋଶୀ ରାଜ୍ୟରୁ ଭାରୀ ଯନ୍ତ୍ର ସମେତ ସମସ୍ତ ସମ୍ଭାବ୍ୟ ସହାୟତା ପାଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତିରେ ରାଜ୍ୟ ଅଗ୍ନିଶମ ବିଭାଗ ଏକ ବିବୃତ୍ତିରେ କହିଛି ଯେ ଉଦ୍ଧାର କାର୍ଯ୍ୟରେ ୧୮୦ ସୈନିକ ସାମିଲ ହୋଇଛନ୍ତି । ବିଭାଗ କହିଛି ଯେ ଏହି ଅଞ୍ଚଳକୁ ଦିନର ତିନି ଘଣ୍ଟା ମଧ୍ୟରେ ୨୫.୮ ସେମି ବର୍ଷା ହୋଇଛି । ଯାହା ପୂର୍ବ ୩୦ ଦିନରେ ହୋଇଥିବା ବର୍ଷା ସହିତ ସମାନ ।

ଅନ୍ୟମାନଙ୍କୁ ଜଣାନ୍ତୁ।