You are currently viewing ଭଣ୍ଡାରା ଜିଲ୍ଲା ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ,୧୦ ଶିଶୁ ମୃତ

ଭଣ୍ଡାରା ଜିଲ୍ଲା ହସ୍ପିଟାଲରେ ଭୀଷଣ ଅଗ୍ନିକାଣ୍ଡ,୧୦ ଶିଶୁ ମୃତ

ମହାରାଷ୍ଟ୍ର, ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମଧ୍ୟରାତ୍ରି ସମୟରେ ମହାରାଷ୍ଟ୍ରର ଏକ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟି ଦଶଜଣ ନବଜାତ ଶିଶୁଙ୍କର ମୃତ୍ୟୁ ଘଟିଛି। ୭ଜଣ ଶିଶୁଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି । ରାତି ପ୍ରାୟ ୨ ଟାରେ ଏହି ଘଟଣା ଘଟିଥିଲା ।

ମହାରାଷ୍ଟ୍ରର ଭଣ୍ଡାରା ଜିଲ୍ଲାର ଡାକ୍ତରଖାନାରେ ସ୍ୱତନ୍ତ୍ର ନବଜାତ ଶିଶୁ ଚିକିତ୍ସା ୟୁନିଟ୍ ରେ ୧୭ ଜଣ ଶିଶୁଙ୍କୁ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୭ ଜଣ, ଯେଉଁମାନଙ୍କୁ ଜନ୍ମିତ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଅଗ୍ନିକାଣ୍ଡ ସମୟରେ ସେମାନଙ୍କୁ ଅଗ୍ନିଶମ ବିଭାଗର ଅଧିକାରୀମାନେ ଉଦ୍ଧାର କରିଥିଲେ । ଆଉଟବାଉଣ୍ଡ ୱାର୍ଡରେ ଥିବା ଶିଶୁଙ୍କୁ ଉଦ୍ଧାର କରାଯାଇପାରି ନାହିଁ । ରିପୋର୍ଟ ଅନୁଯାୟୀ ହସ୍ପିଟାଲରେ ଏହି ଅଗ୍ନିକାଣ୍ଡର କାରଣ ଏକ ସର୍ଟ ସର୍କିଟ ବୋଲି କୁହାଯାଉଛି । ଘଟଣାରେ ଦୁଃଖ ପ୍ରକାଣ କରିବା ସହ ପରିବାରକୁ ସମବେଦନା ଜଣାଇ ଆହତ ଶିଶୁଙ୍କ ଆରୋଗ୍ୟ କାମନା କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।