You are currently viewing କରୋନା ସମୟରେ ମହାରାଷ୍ଟ୍ରରେ ଆଉ ଏକ ରୋଗ ବ୍ୟାପିବା ଭୟ, ପ୍ରଶାସନ ଜାରି କଲା ସତର୍କ ସୂଚନା !

କରୋନା ସମୟରେ ମହାରାଷ୍ଟ୍ରରେ ଆଉ ଏକ ରୋଗ ବ୍ୟାପିବା ଭୟ, ପ୍ରଶାସନ ଜାରି କଲା ସତର୍କ ସୂଚନା !


କରୋନା ମଧ୍ୟରେ ଦେଶର କିଛି ସ୍ଥାନରେ ଆଉ ଏକ ରୋଗ ଜନ୍ମ ନେଇଛି । ଗୁଜୁରାଟର କିଛି ସ୍ଥାନରେ କାଙ୍ଗୋ ନାମକ ଜ୍ୱର ସାମ୍ନାକୁ ଆସିବା ପରେ ମହାରାଷ୍ଟ୍ରର ପାଲଘର ପ୍ରଶାସନ କାଙ୍ଗୋ ଜ୍ୱର ପାଇଁ ସତର୍କ ସୂଚନା ଜାରି କରିଛି ।
ପଶୁପାଳନ ବିଭାଗର ଡେପ୍ୟୁଟି କମିଶନର ପ୍ରଶାନ୍ତ କାମ୍ବଲେ ସୂଚନା ଦେଇଛନ୍ତି ଯେ, ବର୍ତ୍ତମାନ ଏହି ଜ୍ୱର ମହାରାଷ୍ଟ୍ରର ସୀମାନ୍ତ ଅଞ୍ଚଳରେ ବ୍ୟାପିବାର ସମ୍ଭାବନା ରହିଛି ।

ଅନୁମାନ କରାଯାଉଛି ଯେ, ଏହା ପଶୁ ମାନଙ୍କ ଠାରୁ ମଣିଷଙ୍କୁ ବ୍ୟାପୁଛି । ସଂକ୍ରମିତ ପ୍ରାଣୀମାନଙ୍କ ରକ୍ତ ସଂସ୍ପର୍ଶରେ ଆସିଲେ କିମ୍ବା ଏମାନଙ୍କ ମାଂସ ଖାଇଲେ ଏହି ଭାଇରାଲ ଫିଭର୍ ମଣିଷ ମାନଙ୍କ ଠାରେ ଦେଖାଯାଉଛିକାଙ୍ଗୋ ଜ୍ୱରରେ ମୃତ୍ୟୁ ହାର ୧୦ ରୁ୪୦ ପ୍ରତିଶତ ରହିଛି । ଏହାର କୌଣସି ଟିକା ନାହିଁ । ମାଂସ ବିକ୍ରେତାଙ୍କୁ ମାକ୍ସ୍ ଏବଂ ସଫା ଗ୍ଳୋବସ୍ ପିନ୍ଧିବାକୁ କୁହାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।