You are currently viewing ଜାନୁଆରୀ ପ୍ରଥମ ସପ୍ତାହରେ ଲ୍ୟାଗ୍‌ରେଞ୍ଜ ପଏଣ୍ଟ-୧ରେ ପହଞ୍ଚିବ ଆଦିତ୍ୟ-ଏଲ୍‌-୧

ଜାନୁଆରୀ ପ୍ରଥମ ସପ୍ତାହରେ ଲ୍ୟାଗ୍‌ରେଞ୍ଜ ପଏଣ୍ଟ-୧ରେ ପହଞ୍ଚିବ ଆଦିତ୍ୟ-ଏଲ୍‌-୧

ନୂଆଦିଲ୍ଳୀ: ଜାନୁଆରୀ ପ୍ରଥମ ସପ୍ତାହରେ ଲ୍ୟାଗ୍‌ରେଞ୍ଜ ପଏଣ୍ଟ-୧ରେ ପହଞ୍ଚିବ ଆଦିତ୍ୟ-ଏଲ୍‌-୧ । କେନ୍ଦ୍ର ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ ଜିତେନ୍ଦ୍ର ସିଂହ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଆଦିତ୍ୟ ଅଭିଯାନ ବର୍ତମାନ ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟରେ ପହଞ୍ଚିଛି। ସୌର ଅତିବାଇଗଣୀ ଚିତ୍ର ଦୂରବିକ୍ଷଣ (ଏସ୍‌ୟୁଆଇଟି) ଦ୍ବାରା ଆଦିତ୍ୟ ଉପଗ୍ରହ ସୂର୍ଯ୍ୟର ସଂପୂର୍ଣ୍ଣ ଚିତ୍ର ଉତ୍ତୋଳନ କରିଛି।

ଏଲ୍‌-୧ ପଏଣ୍ଟରେ ଅବସ୍ଥାନ ପରେ ଆଦିତ୍ୟ ଉପଗ୍ରହ କୌଣସି ଗ୍ରହଣ/ପରାଗ ବିହୀନ ଓ ନିରବଚ୍ଛିନ୍ନ ଭାବେ ସୂର୍ଯ୍ୟଙ୍କୁ ଦେଖିପାରିବ। ଏହାଦ୍ବାରା ସୂର୍ଯ୍ୟଙ୍କ ସମ୍ପର୍କ‌ରେ ବିନାପ୍ରତିବନ୍ଧକରେ ଅନେକ ତଥ୍ୟ ସଂଗ୍ରହ କରାଯାଇପାରିବ। ଲ୍ୟାଗ୍‌ରେଞ୍ଜ ପଏଣ୍ଟ-୧ ହେଉଛି, ମହାକାଶରେ ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ ଥିବା ଏକ ସ୍ଥାନ। ଏହା ପୃଥିବୀ ଠାରୁ ସୂର୍ଯ୍ୟ ପଟକୁ ୧.୫ ନିୟୁତ କିଲୋମିଟର ଦୂରରେ ଅବସ୍ଥିତ।

ଅନ୍ୟମାନଙ୍କୁ ଜଣାନ୍ତୁ।