You are currently viewing ସ୍ୱଚ୍ଛତାରେ ଚତୁର୍ଥ ଥର ପାଇଁ ନମ୍ବର ୱାନରେ ଇନ୍ଦୋର

ସ୍ୱଚ୍ଛତାରେ ଚତୁର୍ଥ ଥର ପାଇଁ ନମ୍ବର ୱାନରେ ଇନ୍ଦୋର

ନୂଆଦିଲ୍ଲୀ, ୨୦୨୦ ବର୍ଷ ପାଇଁ ଦେଶର ସ୍ୱଚ୍ଛ ସହର ତାଲିକା ପ୍ରକାଶ ପାଇଛି । ଏଥିରେ ଲଗାତର ଚତୁର୍ଥ ଥର ପାଇଁ ମଧ୍ୟପ୍ରଦେଶର ଇନ୍ଦୋର ସହର ନମ୍ବର ୱାନରେ ରହିଛି । ଦ୍ୱିତୀୟ ସ୍ଥାନ ହାସଲ କରିଛି ଗୁଜୁରାଟର ସୁରଟ ସହର ଓ ତୃତୀୟରେ ରହିଛି ମୁମ୍ବାଇ । ଏନେଇ ସୂଚନା ଦେଇଛନ୍ତି ସହରୀ ବିକାଶ ମନ୍ତ୍ରୀ ହରଦୀପ୍ ସିଂ ପୁରୀ ।

କ୍ରମାଗତ ୨୦୧୭ରୁ ୨୦୨୦ ପର୍ଯ୍ୟନ୍ତ ଇନ୍ଦୋର ପ୍ରଥମ ସ୍ଥାନ ହାସଲ କରି ଆସୁଛି । ଏଥିପାଇଁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ସହରୀ ବିକାଶ ମନ୍ତ୍ରୀ ।

ଅନ୍ୟମାନଙ୍କୁ ଜଣାନ୍ତୁ।