You are currently viewing ଦକ୍ଷିଣ ଆଫ୍ରିକାରେ ସାମରିକ ବିମାନ ନିଖୋଜ : ଉପରାଷ୍ଟ୍ରପତିଙ୍କ ସହ ଅନ୍ୟ ୯ଜଣ ଥିବା ସୂଚନା

ଦକ୍ଷିଣ ଆଫ୍ରିକାରେ ସାମରିକ ବିମାନ ନିଖୋଜ : ଉପରାଷ୍ଟ୍ରପତିଙ୍କ ସହ ଅନ୍ୟ ୯ଜଣ ଥିବା ସୂଚନା

ଏଏନଏସ: ଦକ୍ଷିଣ ଆଫ୍ରିକାରେ ସାମରିକ ବିମାନ ନିଖୋଜ। ବିମାନରେ ଦକ୍ଷିଣ ଆଫ୍ରିକାର ଉପରାଷ୍ଟ୍ରପତି ଥିବାର ସୂଚନା ମିଳିଛି। ବିମାନଟି ଉପରାଷ୍ଟ୍ରପତି ସାଉଲୋସ ଚିଲିମା ଏବଂ ଅନ୍ୟ ୯ଜଣଙ୍କୁ ନେଇ ମଜୁଜୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରିବାର ଥିଲା। ଆଫ୍ରିକାର ରାଜଧାନୀ ଲିଲୋଙ୍ଗୱେରୁ ମଜୁଜୁ ଅନ୍ତର୍ଜାତୀୟ ବିମାନ ବନ୍ଦର ଅଭିମୁଖେ ଯାତ୍ରା କରିଥିଲା କିନ୍ତୁ ଖରାପ ପାଗ ହେତୁ ବିମାନଟିକୁ ଫେରିବାକୁ କୁହାଯାଇଥିଲା । ହେଲେ ବିମାନଟି  କିଛି ସମୟ ପରେ ଅଦୃଶ୍ୟ ହୋଇଯାଇଥିଲା।

ରାଷ୍ଟ୍ରପତି ଲାଜାରସ ଚକୱେରା କହିଛନ୍ତି, ମୁ ଜଣେ ଏହା ଏକ ହୃଦୟ ବିଦାରକ ପରିସ୍ଥିତି। ଏଥିପାଇଁ ଆମେ ସମସ୍ତେ ଚିନ୍ତିତ ଓ ଭୟଭୀତ ଅଛୁ । ସୂଚନା ଅନୁଯାୟୀ ଉତ୍ତର ମାଲ୍ୟାରେ ଏକ ସହର ନିକଟରେ ଥିବା ପାହାଡ଼ ଓ ଜଙ୍ଗଲରେ ବିମାନଟିକୁ  ଖୋଜା ଚାଲିଛି। ଏବଂ ସମସ୍ତଙ୍କୁ ସୁରକ୍ଷିତ ଉଦ୍ଧାର କରିବା ନେଇ କହିଛନ୍ତି ରାଷ୍ଟ୍ରପତି।

ଅନ୍ୟମାନଙ୍କୁ ଜଣାନ୍ତୁ।