You are currently viewing ୪୦୦ରୁ ୧୦୦କୁ ଖସିଲା ଦିଲ୍ଲୀରେ ଏକ୍ୟୁଆଇ ସ୍ତର

୪୦୦ରୁ ୧୦୦କୁ ଖସିଲା ଦିଲ୍ଲୀରେ ଏକ୍ୟୁଆଇ ସ୍ତର

ନୂଆଦିଲ୍ଲୀ: ଦିଲ୍ଲୀବାସୀଙ୍କୁ ମିଳିଲା ଆଶ୍ୱସ୍ତି। କମିଲା ପ୍ରଦୂଷଣ। ଗତକାଲି ଦିଲ୍ଲୀରେ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ହେବା ସହ ପ୍ରଦୂଷଣ ମାତ୍ରା ମଧ୍ୟ ହ୍ରାସ ପାଇଛି। ଆଜି ଦିଲ୍ଲୀର ପରିବେଶ ସମ୍ପୂର୍ଣ୍ଣ ସଫା ରହିଛି। ପାଣିପାଗରେ ଏପରି ପରିବର୍ତ୍ତନ ପରେ ତାପାମାତ୍ରା ହ୍ରାସ ପାଇଛି। ଏଥିସହ ପ୍ରଦୂଷଣରୁ ମଧ୍ୟ ଆଶ୍ୱସ୍ତି ମିଳିଛି। ଦିଲ୍ଲୀର ଅନେକ ଇଲାକାରେ AQI ସ୍ତର ବର୍ତ୍ତମାନ ୪୦୦ରୁ ସିଧା ୧୦୦କୁ ଖସି ଆସିଛି ।

ପାଣିପାଗ ବିଭାଗ ଅନୁଯାୟୀ, ଦିଲ୍ଲୀର ବବାନା, କଞ୍ଝାବାଲଳା, ମୁଣ୍ଡାକା, ଜାଫରପୁର, ନଜଫଗଡ, ନଏଡା ଏବଂ ଗ୍ରେଟର ନଏଡାରେ ପ୍ରବଳ ବର୍ଷା ହୋଇଛି। ଆଇଏମଡି ସୂଚନା ଅନୁସାରେ, ବହାଦୁରଗଡ, ଗୁରୁଗ୍ରାମ, ଝଜ୍ଜର, ଫରୁଖନଗର, କୋସଲି ଏବଂ ଆଖପାଖ ଇଲାକାରେ ମଧ୍ୟ ବର୍ଷାର ପ୍ରଭାବ ପଡିଛି । ଏଠାରେ ମଧ୍ୟ ପ୍ରଦୂଷଣ ମାତ୍ରା କମିବାର ସମ୍ଭାବନା ରହିଛି । ସୂଚନାଥାଉ କି, ରାଜଧାନୀ ଦିଲ୍ଲୀରେ ଗୁରୁବାର ୨୪ଘଣ୍ଟାରେ AQI ୪୩୭ ଛୁଇଁଥିଲା ଯାହା ଗମ୍ଭୀର ଶ୍ରେଣୀର ଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।