ଆସାମରେ ସୃଷ୍ଟି ହୋଇଥିବା ବନ୍ୟାରେ ଆଜି ପର୍ଯ୍ୟନ୍ତ ୮୯ଜଣ ମଲେଣି ବୋଲି ରାଜ୍ୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷଙ୍କ ତରଫରୁ ସୂଚନା ମିଳିଛି । ରିପୋର୍ଟ ଅନୁଯାୟୀ ପ୍ରାୟ ୨୬ଲକ୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତି ଏହି ବନ୍ୟାରେ ପ୍ରଭାବିତ ହୋଇଛନ୍ତି । କରୋନା ମହାମାରୀ ସମୟରେ ଏଭଳି ପ୍ରାକୃତିକ ବିପର୍ଯ୍ୟୟ ଲୋକଙ୍କୁ ଅସ୍ତବ୍ୟସ୍ତ କରିସାରିଲାଣି । ଆସାମ ରାଜ୍ୟ ସରକାର ଏହି ବିପର୍ଯ୍ୟୟ ସମୟରେ ଲୋକଙ୍କୁ ଉଦ୍ଧାର କରି ରିଲିଫ କ୍ୟାମ୍ପମାନଙ୍କରେ ଥଇଥାନ କରିଛନ୍ତି । ବନ୍ୟାର ସ୍ଥିତି ସମ୍ପର୍କରେ ଜାଣିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆସାମ ସରକାରଙ୍କ ସହ ଫୋନ ଯୋଗେ କଥାବାର୍ତ୍ତ ହୋଇଥିଲେ । ପରେ ଏଭଳି ଦୟନୀୟ ପରିସ୍ଥିତିରେ କେନ୍ଦ୍ର ତରଫରୁ ସହଯୋଗର ହାତ ମଧ୍ୟ ବଢ଼ାଯାଇଛି ।
ଆସାମରେ ବନ୍ୟା ସ୍ଥିତି ସାଙ୍ଘାତିକ, ମଲେଣି ୮୯
- Post published:July 23, 2020
- Post category:ଦେଶ-ବିଦେଶ
- Reading time:1 mins read