ଉତ୍ତରପ୍ରଦେଶ (29.4.23): ଉତ୍ତର ପ୍ରଦେଶର ଗୋଟିଏ ପରେ ଗୋଟିଏ ଗ୍ୟାଙ୍ଗଷ୍ଟାରକୁ ବାନ୍ଧୁଛି ପୋଲିସ । ଏହି ପରିପ୍ରେକ୍ଷୀରେ କୁଖ୍ୟାତ ଗ୍ୟାଙ୍ଗଷ୍ଟାର ତଥା ଉତ୍ତରପ୍ରଦେଶ ବିଧାୟକ ମୁକ୍ତାର ଅନସାରୀକୁ ୧୦ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଗାଜିପୁରର ଏମପି- ଏମଏଲଏ କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । କେବଳ ସେତିକି ନୁହେଁ ଏହି ନେତାଙ୍କ ଉପରେ ୫ ଲକ୍ଷ ଟଙ୍କାର ଜରିମାନା ମଧ୍ୟ ଲଗାଇଛନ୍ତି କୋର୍ଟ । ସେପଟେ ମୁକ୍ତାରଙ୍କ ଭାଇ ବିଏସପି ସାଂସଦ ଅଫଜଲ ଅନସାରୀଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ ।ଉତ୍ତରପ୍ରଦେଶର ବହୁଚର୍ଚ୍ଚିତ କୃଷ୍ଣାନନ୍ଦ ହତ୍ୟାକାଣ୍ଡ ଓ ବ୍ୟବସାୟୀ ନନ୍ଦକିଶୋର ରୁଙ୍ଗଟା ଅପହରଣ ମାମଲା ଓ ହତ୍ୟାରେ ବାହୁବଳୀ ନେତା ମୁକ୍ତାର ଅନସାରୀ ବିରୋଧରେ ଅପରାଧିକ ମାମଲା ଦାୟର ହୋଇଥିଲା । ୨୦୧୨ ମସିହାରୁ ଗାଜିପୁର ଏମପି- ଏମଏଲଏ କୋର୍ଟରେ ଏହି ମାମଲା ଚାଲିଛି । ୧୮ ବର୍ଷ ପୂର୍ବେ କୃଷ୍ଣାନନ୍ଦଙ୍କୁ ବେଶ ନିର୍ମମ ଭାବେ ହତ୍ୟା କରିଥିଲେ ମୁକ୍ତାର ଅନସାରୀ । ଏବେ ଘଟଣାକୁ ନାୟୀ କୋର୍ଟ ମୁକ୍ତାର ଅନସାରୀଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଓ ୫ ଲକ୍ଷ ଟଙ୍କାର ଜରିମାନା ଶୁଣାଇଛନ୍ତି ।
ସବୁଆଡେ ମାତିଛନ୍ତି ଲୁଟେରାଓଡ଼ିଶା ପୋଲିସର ନୂତନ ପଦକ୍ଷେପଚଢ଼ା ଦରରେ ବିକ୍ରି ହେଲେ ହେବ କାର୍ଯ୍ୟ ଅନୁଷ୍ଠାନକଏଦୀଙ୍କ ମୃତଦେହ ଉଦ୍ଧାରଓଡ଼ିଶା ଆସିବେ ଅମିତ୍ ଶାହପୁଣି ଟ୍ରେନରେ ଲାଗିଲା ନିଁଆଗରମ ସାଙ୍ଗକୁ ଅସହ୍ୟ ଗୁଳୁଗୁଳିଉତ୍ତର-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟିପ୍ରକୃତି ମିଶ୍ରଙ୍କ ଅଭିଯୋଗ ଉପରେ ସଞ୍ଜୟ ନାୟକଙ୍କ ଜବାବ, “ସତ କହିଲେ ଛାତି ଫାଟେ”ଭଙ୍ଗା ହେଲା ବାହନାଗା ହାଇସ୍କୁଲ:ହେବ ପୁନଃନିର୍ମାଣ